Advertisment

'ମୋତେ ବିଜେପିରୁ ଅଫର ଆସିଛି, ନ ମିଶିଲେ ମାସେ ଭିତରେ ଇଡ଼ି ବାନ୍ଧିବ'

'ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ମୋ ସହ ଆପର ଆଉ ଚାରି ଜଣଙ୍କୁ ଗିରଫ କରିବ ଇଡି।'

author-image
Debibandita Barick
ଅଦ୍ୟତନ ହୋଇଛି
Atishi

Atishi

ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀଙ୍କ ସଙ୍ଗୀନ ଅଭିଯୋଗ। ତାଙ୍କୁ ବିଜେପି ପକ୍ଷରୁ ଅଫର୍ ଦିଆଯାଇଛି, ଯଦି ସେ ଦଳରେ ସାମିଲ ନ ହୁଅନ୍ତି, ତେବେ ତାଙ୍କୁ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିନେବ ବୋଲି ସେ କହିଛନ୍ତି। ଏଥିସହ ସେମାନେ ଆପର ଆଉ ଚାରି ଜଣଙ୍କୁ ଗିରଫ କରିବେ ବୋଲି ଦାବି କରି କହିଛନ୍ତି ଆତିଶୀ। 

Advertisment

ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, "ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ସେମାନେ ଆଉ ୪ ଜଣ ଆପ୍ ନେତାଙ୍କୁ ଗିରଫ କରିବେ। ଆପର ଶୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ରାଘବ ଚଢ଼ା ଏବଂ ମୋତେ ଗିରଫ କରାଯିବ। ମୋର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ମୋତେ ଅଫରେ ଦେଇଛି। ଯଦି ମୁଁ ବିଜେପିରେ ଯୋଗ ନ ଦିଏ, ତେବେ ମୋତେ ଆସନ୍ତା ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିବ।" 

ସେ ଆହୁରି କହିଛନ୍ତି, "ଆପର ବହୁ ବରିଷ୍ଠ ନେତାଙ୍କୁ ଜେଲରେ ନେଇ ରଖିଛନ୍ତି। ସେମାନଙ୍କୁ ଲାଗୁଛି ଆପ୍ ଭାଙ୍ଗିଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଆପ୍ ଦୁର୍ବଳ ହୋଇଯାଇଛି ବୋଲି ସେମାନେ ଭାବୁଛନ୍ତି।" 

Advertisment

ପ୍ରକାଶ ଥାଉ କି, ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଇଡି ତାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି। ଗତକାଲି ରିମାଣ୍ଡ ଅବଧି ସରିବା ପରେ ଏପ୍ରିଲ ୧୫ ଯାଏ ତିହାର ଜେଲ୍ ଯାଇଛନ୍ତି କେଜ୍ରିୱାଲ।

ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ସାଂସଦ ସଞ୍ଜୟ ସିଂହଙ୍କୁ ମଧ୍ୟ ସମାନ ମାମଲାରେ ଗିରଫ କରିଥିଲା ଇଡି। ସଞ୍ଜୟ ସିଂହ ମଧ୍ୟ ଜେଲରେ ଅଛନ୍ତି। ଦଳର ବରିଷ୍ଠ ନେତା ଜେଲରେ ଥିବାବେଳେ ଅନ୍ୟ ଚାରି ନେତାଙ୍କୁ ଇଡି ଗିରଫ କରିବ ବୋଲି ଆଗୁଆ ଆଶଙ୍କା ପ୍ରକାଶ କରିଛନ୍ତି ଆତିଶୀ। 

Ed AAP Delhi Liquor Policy Case Atishi