Advertisment

ଆପ୍‌ର ବଡ଼ ଅଭିଯୋଗ: ସରକାରୀ ବଙ୍ଗଳାରୁ ଫିଙ୍ଗିଦେଲେ ମୁଖ୍ୟମନ୍ତ୍ରୀଙ୍କ ଜିନିଷପତ୍ର

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବଜା କରିବା ପାଇଁ ବିଜେପି କରୁଥିବା ଷଡ଼ଯନ୍ତ୍ର ଆଧାରରେ ଏପରି କରାଯାଇଥିବା ଆପ୍‌ ଅଭିଯୋଗ କରିଛି।

Atishi

Atishi

Advertisment

ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଜିନିଷପତ୍ର ତାଙ୍କ ସରକାରୀ ବଙ୍ଗଳାରୁ ବାହାରକୁ ଫିଙ୍ଗି ଦିଆଯାଇଛି।

Advertisment

୬ ଫ୍ଲାଗଷ୍ଟାଫ ରୋଡରେ ଥିବା ସରକାରୀ ବଙ୍ଗଳରେ ଏପରି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବଜା କରିବା ପାଇଁ ବିଜେପି କରୁଥିବା ଷଡ଼ଯନ୍ତ୍ର ଆଧାରରେ ଏପରି କରାଯାଇଥିବା ଆପ୍‌ ଅଭିଯୋଗ କରିଛି।

ଦିଲ୍ଲୀ ସିଏମଓ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ସିଭିଲ ଲାଇନ୍ସର ୬ ଫ୍ଲାଗଷ୍ଟାଫ ରୋଡ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବଳପୂର୍ବକ ଖାଲି କରାଯାଇଛି। ବିଜେପି ନିର୍ଦ୍ଦେଶରେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏପରି କରିଛନ୍ତି। ଉପ ରାଜ୍ୟପାଳ ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ବିଜେପିର ଜଣେ ନେତାଙ୍କୁ ଦେବାକୁ ଚାହୁଁଛନ୍ତି।”

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକାଧିକ ପେଟିରେ ଜିନିଷପତ୍ରକୁ ଟଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଅନ୍ୟତ୍ର ନିଆଯାଉଥିବା ଦେଖିବାକୁ ମିଳୁଛି। ସେହିପରି ପୂର୍ତ୍ତ ବିଭାଗର ଗୋଟିଏ ଟିମ ସେଠାକୁ ଆସୁଥିବା ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଛି।

ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ବିଜେପି ଦୀର୍ଘ ୨୭ ବର୍ଷ ହେଲା ଦିଲ୍ଲୀରେ କ୍ଷମତା ଦଖଲ କରିପାରି ନାହିଁ। ଏବେ ସେମାନେ ବେଆଇନ ଭାବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ କବଜା କରିବାକୁ ଉଦ୍ୟମ କରୁଛନ୍ତି। ଲୋକଙ୍କ ସମର୍ଥନ ହାସଲ କରିବାରେ ବିଫଳ ବିଜେପି ଏବେ ନୂଆ କୌଶଳ ଆପଣାଇଛି।”

ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ସରକାରୀ ବଙ୍ଗଳା ଦେଉ ନଥିବା ଅଭିଯୋଗ କରିଥିଲେ। ଆପ୍‌ର କହିବା କଥା ଯେ କିଛି ଗୁରୁତ୍ୱପୂର୍ଣ୍ଣ ବିଜେପି ନେତାଙ୍କୁ ବଙ୍ଗଳା ଦେବାକୁ ଉଦ୍ୟମ ଚାଲିଛି।

ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାରୀ ବଙ୍ଗଳା ଖାଲି କରିଥିଲେ। ଏହାପରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଉକ୍ତ ଘରକୁ ଯାଇଥିଲେ। କିନ୍ତୁ ତାଙ୍କ ଜିନିଷପତ୍ରକୁ ବଳପୂର୍ବକ ଖାଲି କରି ଦିଆଯାଇଥିବା ଆପ୍‌ କହିଛି।

ଏହା ଉପରେ ପ୍ରତିକ୍ରିୟା ଦେଇ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ମହଲ ଶେଷରେ ସିଲ୍‌ ହୋଇଛି। ବଙ୍ଗଳାରେ ଏମିତି କ’ଣ ଗୁପ୍ତ ରହସ୍ୟ ରହିଛି ଯେ ଯାହାକୁ ଲୁଚାଇବା ପାଇଁ ଚେଷ୍ଟା ଚାଲିଛି? ଘରର ଚାବି ପ୍ରାଧିକୃତ ଅଧିକାରୀଙ୍କୁ ନ ଦେଇ, ଆପଣମାନେ ପୁଣି ବଙ୍ଗଳାରେ ପ୍ରବେଶ କରିବାକୁ ଚାହୁଁଛନ୍ତି?

ଆପଣମାନେ ନିଜ ଜିନିଷକୁ ଦୁଇଟି ଟ୍ରକରେ ନେଇ ଭଲ ଡ୍ରାମା କରୁଛନ୍ତି। ସମସ୍ତେ ଜାଣିଛନ୍ତି ଉକ୍ତ ବଙ୍ଗଳା ଏବେ ବି ଆପଣମାନଙ୍କ ପାଖରେ ରହିଛି। ଆପଣ ଆତିଶୀଙ୍କୁ ଯେଉଁଭଳି ବଙ୍ଗଳା ହସ୍ତାନ୍ତର କରିବାକୁ ଚେଷ୍ଟା କରିଥିଲେ, ତାହା ଅସାମ୍ବିଧାନିକ ଥିଲା। ଆତିଶୀଙ୍କୁ ଗୋଟିଏ ବଙ୍ଗଳା ପୂର୍ବରୁ ଦିଆଯାଇ ସାରିଛି। ସେ କେମିତି ନିର୍ଦ୍ଦିଷ୍ଟ ବଙ୍ଗଳା ନେବେ? ଉକ୍ତ ବଙ୍ଗଳା ଅନେକ ଗୁପ୍ତ ରହସ୍ୟ ରହିଛି।”

AAP Atishi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe