Advertisment

ଆତିଶୀଙ୍କ କ୍ୟାବିନେଟରେ ଜଣେ ନୂଆ ଚେହେରା

ସେପ୍ଟେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ।

Delhi Governor, Atishi & Arvind Kejriwal

Delhi Governor, Atishi & Arvind Kejriwal

Advertisment

ସେପ୍ଟେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ। ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହା ପରେ ନୂଆ କ୍ୟାବିନେଟ ଗଠନ ହେବ। ତେବେ ପୂର୍ବ କ୍ୟାବିନେଟର ୪ ମନ୍ତ୍ରୀ ଆତିଶୀଙ୍କ କ୍ୟାବିନେଟରେ ବଳବତ୍ତର ରହିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।

Advertisment

ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ ଏବଂ ଇମ୍ରାନ ହୁସେନ ଯେଉଁମାନେକି ଯଥାକ୍ରମେ ପରିବେଶ, ଅର୍ଥ, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ମନ୍ତ୍ରୀ ଅଛନ୍ତି ସେମାନେ ମଧ୍ୟ ଆତିଶୀଙ୍କ କ୍ୟାବିନେଟରେ ମନ୍ତ୍ରୀ ରହିବେ। 

ଆତିଶୀଙ୍କ କ୍ୟାବିନେଟରେ ଜଣେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିବ। ସୁଲତାନ ପୁର ମଜ୍ରାର ବିଧାୟକ ମୁକେଶ ଅହଲୱାତ ନୂଆ କ୍ୟାବିନେଟରେ ରହିବେ। 

Advertisment

ତେବେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ୭ ଜଣ ସଦସ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୬ ଜଣଙ୍କ ନାମ ଘୋଷଣା ସରିଛି। କ୍ୟାବିନେଟରେ ସପ୍ତମ ସଦସ୍ୟ କିଏ ରହିବେ, ସେନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ସେହିପରି ନାମ ଘୋଷଣା ହୋଇଥିବା ମନ୍ତ୍ରୀମାନଙ୍କ ପଦବୀ ବଜାୟ ରହିବ କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ। 

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲରୁ ଆସିବା ପରେ ଇସ୍ତଫା ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହାପରେ ବିଧାୟକ ଦଳ ବୈଠକ ପରେ ଶିକ୍ଷାମନ୍ତ୍ରୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ସେ ଆସନ୍ତା ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। 

Arvind Kejriwal Atishi Delhi Chief Minister Delhi Cabinet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe