Advertisment

ରମେଶ ବିଧୁରୀଙ୍କୁ ମାତ ଦେଇ ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ

କାଲକାଜୀ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେଉଥିଲା। ବିଜେପିର ରମେଶ ବିଧୁରୀ ଓ କଂଗ୍ରେସର ଅଳକା ଲାମ୍ବା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ କଡ଼ା ଟକ୍କର ଦେଇଥିଲେ।

aap

aap

Advertisment

ଦିଲ୍ଲୀରେ ଆପ୍‌କୁ ପରାସ୍ତ ହେବାକୁ ପଡ଼ିଥିଲେ ହେଁ ସମ୍ମାନ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ। ସେ ସମ୍ମାନଜନକ କାଲକାଜୀ ଆସନରୁ ବିଜୟୀ ହୋଇଛନ୍ତି। ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କ ଭଳି ହେଭିୱେଟ ହାରିଥିଲେ ମଧ୍ୟ ଆତିଶୀ ବିଜୟୀ ହେବା ଆପ୍‌ ପାଇଁ ଗୋଟିଏ ଭଲ ଖବର। କିନ୍ତୁ ଦଳ ଏଥର ଦିଲ୍ଲୀରେ ବିଜେପିକୁ ରୋକିବାରେ ସକ୍ଷମ ହୋଇନି।

Advertisment

କାଲକାଜୀ ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେଉଥିଲା। ବିଜେପିର ରମେଶ ବିଧୁରୀ ଓ କଂଗ୍ରେସର ଅଳକା ଲାମ୍ବା ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ କଡ଼ା ଟକ୍କର ଦେଇଥିଲେ। ଏପରି କି ରମେଶ ବିଧୁରୀ ଆରମ୍ଭରୁ ଲିଡ ମଧ୍ୟ କରୁଥିଲେ।

ପ୍ରାୟ ୧୦ ରାଉଣ୍ଡ ସୁଦ୍ଧା ରମେଶ ବିଧୁରୀ ୩ ହଜାରରୁ ଅଧିକ ଭୋଟ ଆଗରେ ଥିଲେ। କିନ୍ତୁ ଶେଷ ସମୟରେ ଆତିଶୀ କମବ୍ୟାକ କରିବା ସହ ରମେଶ ବିଧୁରୀଙ୍କୁ ହରାଇବାକୁ ସକ୍ଷମ ହୋଇଛନ୍ତି। ସେ ପ୍ରାୟ ୯୮୯ ଖଣ୍ଡ ଭୋଟରେ ବୁଧୁରୀଙ୍କୁ ପରାସ୍ତ କରିଛନ୍ତି।

Advertisment

ଏଠାରେ ଆତିଶୀଙ୍କୁ ୪୨,୫୩୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଧୁରୀ ୪୧,୫୪୧ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସର ଅଳକା ଲାମ୍ବାଙ୍କୁ ୩୩୭୭ ଖଣ୍ଡ ଭୋଟ ମିଳିଛି।

Atishi Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe