Advertisment

ରାମ ମନ୍ଦିର ଉଦ୍‌ଘାଟନ ଦିନ କ'ଣ କରିବେ ବିରୋଧୀ?

ଆସନ୍ତା ୨୨ ତାରିଖ ଦିନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ସମାରୋହକୁ ସମସ୍ତ ବିରୋଧୀ ଦଳ ନେତା ବୟକଟ୍‌ କରିଛନ୍ତି।

author-image
Madhupriya Mistry
Opposition Leaders

Opposition Leaders

ଅଯୋଧ୍ୟାରେ ଉଦ୍‌ଘାଟନ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଆସନ୍ତା ୨୨ ତାରିଖ ଦିନ ମନ୍ଦିରରେ ବିରାଜମାନ କରିବେ ରାମଲଲା। ରାମଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠ। ଏହି ସମାରୋହରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରାୟ ୬ ହଜାର ଲୋକେ ଉପସ୍ଥିତ ରହିବେ। ସେହିପରି ବଲିଉଡ ଠାରୁ ଆରମ୍ଭ କରି ରାଜନେତାଙ୍କ ସମେତ ବିଶିଷ୍ଠ ଉଦ୍ୟୋଗପତି ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ସମାରୋହକୁ ଆମନ୍ତ୍ରିତ କରାଯାଇଛି। ହେଲେ ଏହି କାର୍ଯ୍ୟକ୍ରମକୁ ବୟକଟ୍‌ କରିଛନ୍ତି ସମସ୍ତ ବିରୋଧୀ।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧି ଓ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପୂର୍ବରୁ ରାମ ମନ୍ଦିର ଉଦ୍‌ଘାନଟ ଆମନ୍ତ୍ରଣକୁ ଅସ୍ୱୀକାର କରିସାରିଛନ୍ତି। ସେମାନେ ୨୨ ତାରିଖ ଦିନ ଅଯୋଧ୍ୟା ଯିବାକୁ ମନା କରିଦେଇଛନ୍ତି। ସେହିପରି ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ଉଦ୍ଧବ ଠାକରେ, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ, ଏନ୍‌ସିପି ନେତା ସରଦ ପଓ୍ୱାର ମଧ୍ୟ ଏହି କାର୍ଯ୍ୟକ୍ରମକୁ ନା' କହିସାରିଛନ୍ତି। ତେବ ରାମ ମନ୍ଦିର ଉଦ୍‌ଘାଟନ ଦିନ ଏ ସମସ୍ତ ବିରୋଧୀ ଦଳ ନେତା କ'ଣ କରିବେ ଓ କେଉଁଆଡେ ଯିବେ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ୨୨ ତାରିଖ ଦିନ କାଲି ଘାଟରେ ପୂଜାର୍ଚ୍ଚାନା କରି ଏକ ବଡ଼ ରାଲି ବାହାର କରିବେ। ଏହି ରାଲି ହଜରାରୁ ପାର୍କ ସର୍କସ ମୈଦାନ ଯାଏଁ ଯିବ। ମଝିରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରାକୁ କଭର କରିବ। ସବୁ ଧର୍ମର ଲୋକେ ଏହି ରାଲିରେ ସାମିଲ ହେବେ।

Advertisment

ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯିବେ ନାହିଁ। ସେ ୨୨ ତାରିଖ ଦିନ ନାସିକର କାଲାରାମ ମନ୍ଦିରରେ ମହା ଆଳତି କରିବେ। ଏହି ମହାଆଳତି ପାଇଁ ଉଦ୍ଧବ ଠାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଆମନ୍ତ୍ରିତ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଏଯାଏ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ଆମନ୍ତ୍ରିତ କରାଯାଇ ନାହିଁ। କିନ୍ତୁ ସେ ୨୨ ତାରିଖ ଦିନ ଦିଲ୍ଲୀରେ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଛନ୍ତି।

ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ସେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଆସାମରେ ଥିବେ। ତେଣୁ ସେ ସେଠାକାର ଏକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାକୁ ଯୋଜନା ରଖିଥିବା କୁହାଯାଉଛି।

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କୁ ରାମ ମନ୍ଦିର ଉଦ୍‌ଘାଟନ ସମାରୋହଙ୍କୁ ଆମନ୍ତ୍ରିତ କରାଯାଇଛି। କିନ୍ତୁ ସେ ଏହାକୁ ଅସ୍ୱୀକାର କରିଦେଇଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ସେ ସପରିବାର ନିଶ୍ଚିତ ଦର୍ଶନ କରିବାକୁ ଯିବେ ବୋଲି କହିଛନ୍ତି।

ସେହିପରି ଏନ୍‌ସିପି ମୁଖ୍ୟ ଶରଦ ପଓ୍ୱାର ମଧ୍ୟ ସମାନ କଥା କହିଛନ୍ତି। ସେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଓ ରାମ ମନ୍ଦିର ନିର୍ମାଣ କାମ ପୂରା ହେବା ପରେ ଅନ୍ୟ କେଉଁଦିନ ସମୟ ବାହାର କରି ରାମଲଲାଙ୍କ ଦର୍ଶନ କରିବାକୁ ଯିବେ ବୋଲି କହିଛନ୍ତି।

ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ମଧ୍ୟ ଏହି ସମାରୋହକୁ ଯିବାକୁ ମନା କରି ଦେଇଛନ୍ତି।

Bjp Ayodhya Ram Mandir Opposition Leaders