Advertisment

କିଏ ହେବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ? ବାବା ବାଳକନାଥଙ୍କୁ ଦିଲ୍ଲୀ ଡାକରା

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ବାଳକନାଥଙ୍କ ନାଁ ସବୁଠୁ ଉପରେ ରହିଛି।

Balaknath ji

Balaknath ji

Advertisment

କିଏ ରାଜସ୍ଥାନରେ କରିବ ରାଜ? ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ? ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ଚମତ୍କାର ବିଜୟ ପରେ ବର୍ତ୍ତମାନ କିଏ ହେବ ମୁଖ୍ୟମନ୍ତ୍ରୀ। ଏହାକୁ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ରାଜସ୍ଥାନର ତିଜାରା ଆସନରେ ଜିତିଥିବା ବାବା ବାଳକନାଥଙ୍କୁ ଆସିଛି ଦିଲ୍ଲୀରୁ ଡାକରା।

Advertisment

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ପରେ ଏବେ ବାବା ବାଳକନାଥଙ୍କୁ ଦିଲ୍ଲୀ ଡକାଯାଇଛି। ଦିଲ୍ଲୀରୁ ଡକାରା ଆସିବା ପରେ ବିଜେପି ମୁଖିଆ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରନ୍ତି ବୋଲି ଆକଳନ କରାଯାଉଛି। ତେବେ କାହିଁକି ତାଙ୍କୁ ଦିଲ୍ଲୀ ଡକାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡରେ ବାଳକନାଥଙ୍କ ନାଁ ସବୁଠୁ ଉପରେ ରହିଛି। ତା'ପଛକୁ ଗଜେନ୍ଦ୍ର ସିଂହ, ଓମ ର୍ବିଲା, ଅର୍ଜୁନ ମେଘୱାଲ ଏବଂ ଦିୟା କୁମାରୀଙ୍କ ନାଁ ରହିଛି। ସେପଟେ ଅରୁଣ ସିଂହ ସିପି ଯୋଶୀଙ୍କୁ ଭେଟିଛନ୍ତି। ରାଜ୍ୟ ସଭାପତି ଏବଂ ଦାୟିତ୍ୱରେ ଥିବା ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି।

Advertisment

କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେ ନେଇ ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଏହି ୫ ଜଣ ନେତାଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନାଁ ମଧ୍ୟ ସାମିଲ ଅଛି। ତାଙ୍କୁ ମଧ୍ୟ ଦଳ ପୁଣି ଥରେ ଏହି ଦାୟିତ୍ୱ ଦେଇପାରେ ବୋଲି ଆକଳନ କରାଯାଉଛି।

Rajasthan Election Bjp Rajasthan Baba Balaknath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe