Advertisment

ଅଜିତ ପାୱାରଙ୍କ ଟିମରେ ସାମିଲ୍ ହେଲେ ବାବା ସିଦ୍ଦିକିଙ୍କ ପୁଅ

ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ ଅଜିତ ପାୱାରଙ୍କ ଟିମରେ ସାମିଲ ହୋଇଛନ୍ତି।

ଅଦ୍ୟତନ ହୋଇଛି
  Zeeshan Siddique (Left) & Ajit Pawar

Zeeshan Siddique (Left) & Ajit Pawar

Advertisment

ଅଜିତ ପାୱାରଙ୍କ ଟିମରେ ସାମିଲ ହୋଇଛନ୍ତି ପୂର୍ବତନ ଦିବଂଗତ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକ। ମହାରାଷ୍ଟ୍ର ନିର୍ବାଚନ ମଧ୍ୟରେ ସେ ହାତ ଛାଡ଼ି ଏନସିପିର ଅଜିତ ପାୱାରଙ୍କ ଟିମରେ ଯୋଗ ଦେଇଛନ୍ତି। 

Advertisment

ଆଜି ବିଧିବଦ୍ଧ ଭାବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଜିଶାନ। ଏହାରି ମଧ୍ୟରେ ଆଜି ମଧ୍ୟ ଅଜିତ ପାୱାରଙ୍କ ଏନସିପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜିଶାନଙ୍କୁ ଟିକେଟ୍ ମିଳିଛି।

ସେ ବାନ୍ଦ୍ରା (ପୂର୍ବ) ଆସନରୁ ବିଧାନସଭା ନିର୍ବାଚନ ଲଢିବେ। କଂଗ୍ରେସରେ ଥିବାବେଳେ ଜିଶାନ ୨୦୧୯ରେ ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ମଧ୍ୟ ହୋଇଥିଲେ। ଚଳିତ ନିର୍ବାଚନରେ ଜିଶାନଙ୍କୁ ଟକ୍କର ଦେବେ ଉଦ୍ଧବ ଠାକରେଙ୍କ ଭଣଜା ବରୁଣ ସରଦେସାଇ। 

Advertisment

ଚଳିତ ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପିର ମହା ବିକାଶ ଅଗାଡି ମିଳିତ ମଞ୍ଚ ଏବଂ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ଏନସିପିର ମିଳିତ ମଞ୍ଚ ମହାୟୁତି ମଧ୍ୟରେ କଡ଼ା ଟକ୍କର ହେଉଛି। ଉଭୟ ମିଳିତ ମଞ୍ଚ ଅର୍ଦ୍ଧାଧିକ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲେଣି। 

ଆଜି ଏନସିପି (ଅଜିତ ପାୱାର) ଜିଶାନଙ୍କ ସହ ଅନ୍ୟ ସାତ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତାସଗାଓଁରୁ ସଞ୍ଜୟ କାକା ପାଟିଲଙ୍କୁ ଟିକେଟ ମିଳି ଥିବାବେଳେ ଇସଲାମପୁରରୁ ନିଶିକାନ୍ତ ଭୋସଲେ, ବଡଗାଓଁ ଶେରିରୁ ସୁନୀଲ ଟିଂଗରେ, ଶିରୁର ଜ୍ଞାନେଶ୍ୱର କଟକେ ଏବଂ ଲୋହାରୁ ପ୍ରତାପ ପାଟିଲ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ନବାବ ମଲିକଙ୍କ ଝିଅ ସନା ମଲିକଙ୍କୁ ଅଣୁଶକ୍ତି ନଗରରୁ ଟିକେଟ୍ ମିଳିଛି। 

ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Bjp Shiv Sena NCP Ajit Pawar Baba Siddique's Son Zeeshan Siddique
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe