ନିର୍ମାଣ ପାଇଁ ପୂର୍ବ ଅନୁମତି ନେଇନଥିଲେ ବବି: ମାମଲା ରୁଜୁ କରିବ ଜିଏ, ଜୋରିମାନା ବି ଦେବେ

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ ତାଙ୍କୁ ଆଂବଟିତ ଏହି ସରକାରୀ କ୍ୱାର୍ଟର୍ସରେ ନିର୍ମାଣାଧୀନ ଅଂଶକୁ ଭଙ୍ଗାରୁଜା କରିବାର ଦୃଶ୍ୟକୁ ଆଜି ବିଭିନ୍ନ ଟିଭି ଚ୍ୟାନେଲଗୁଡ଼ିକ ସିଧା ପ୍ରସାରଣ କରିଥିଲେ।

Babi Das

ବବି ଦାସ (ଫାଇଲ ଫଟୋ)

Ordigital Desk
  • Published: Tuesday, 25 June 2024
  • Updated: 25 June 2024, 10:13 PM IST

Sports

Latest News

ନିଜ ପତିଆରା ଦେଖାଇବା ପାଇଁ ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ରାଜପ୍ରସାଦ ଭଳି ସଜେଇବା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି। ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ନିୟମ ଭାଙ୍ଗି ଅବୈଧ ନିର୍ମାଣ କରିଥିବାରୁ ତାଙ୍କଠୁ ଧାର୍ଯ୍ୟ ଭଡ଼ାର ୫ଗୁଣ ମଧ୍ୟ ଆଦାୟ କରିବା ପାଇଁ ଖୁବଶୀଘ୍ର ନୋଟିସ୍ ପଠାଇବ ବୋଲି ଜଣାପଡ଼ିଛି। ଏହାସହିତ ବବି କାହା ଅନୁମତି ବଳରେ ତାଙ୍କ ଦୁଇ ପାଶ୍ୱର୍ରେ ଥିବା କ୍ୱାର୍ଟର୍ସର ପାଚେରୀ ଭାଙ୍ଗି ତାଙ୍କୁ ଆବଂଟିତ କ୍ୱାର୍ଟର୍ସରେ ମିଶାଇଥିଲେ ସେ ନେଇ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ବବି ନିଜର ପାପ ଲୁଚାଇବା ପାଇଁ ତାଙ୍କୁ ଆବଂଟିତ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସରେ ବ୍ୟାପକ ଭଙ୍ଗାରୁଜା କରୁଥିବା ନେଇ ଖବର ‘ଓଡ଼ିଶା ରିପୋର୍ଟର’ ଜୁନ୍ ୧୪ତାରିଖରେ ପ୍ରକାଶ କରିବା ସହ ସାଧାରଣ ପ୍ରଶାସନ ବିଭାଗ କାହିଁକି ନିରବ ବୋଲି ପ୍ରଶ୍ନ କରିଥିଲା।

ସୂଚନା ଅନୁସାରେ, ଯାଜପୁରର ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ ତାଙ୍କୁ ଆଂବଟିତ ଏହି ସରକାରୀ କ୍ୱାର୍ଟର୍ସରେ ନିର୍ମାଣାଧୀନ ଅଂଶକୁ ଭଙ୍ଗାରୁଜା କରିବାର ଦୃଶ୍ୟକୁ ଆଜି ବିଭିନ୍ନ ଟିଭି ଚ୍ୟାନେଲଗୁଡ଼ିକ ସିଧା ପ୍ରସାରଣ କରିଥିଲେ। ବବି କିଭଳି ବିଗତ ଦିନରେ ଏହି ସରକାରୀ କ୍ୱାର୍ଟର୍ସକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭଳି ବେଆଇନ ଭାବେ ‘ଆଲିଶାନ ବଙ୍ଗଳା’ରେ ପରିଣତ କରିଥିଲେ ତା’ର ବାସ୍ତବ ଚିତ୍ର ମଧ୍ୟ ଲୋକଲୋଚନକୁ ଆସିଛି । ବବିଙ୍କ ଏହି କଳା କାରନାମା ପଦାକୁ ଆସିବା ପରେ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲେ। ଆଉ କ୍ୱାର୍ଟର୍ସରେ ବେଆଇନ ନିର୍ମାଣକୁ ନେଇ ନିରବ ଥିବା ବବି ଭିଡିଓ ବାର୍ତ୍ତା ଜାରି କରି ସରକାରୀ କ୍ୱାର୍ଟର୍ସକୁ ଯେମିତି ନେଇଥିଲେ ସେଭଳି ଫେରାଇଦେବେ ବୋଲି ସଫେଇ ଦେଇଛନ୍ତି । ଏହାସହିତ ଗଣମାଧ୍ୟମ କିଛି ନଜାଣି ଏଭଳି କହୁଛି ବୋଲି ଓଲଟା ଦୋଷ ଦେବାକୁ ପଛାଇନାହାନ୍ତି ।

ଅନ୍ୟପକ୍ଷରେ ଆଜି ଟିଭି ଚ୍ୟାନେଲଗୁଡ଼ିକରେ ବବିଙ୍କ ବେଆଇନ ନିର୍ମାଣର ଭଙ୍ଗାରୁଜାର ସିଧାପ୍ରସାରଣ ସହ ବବିଙ୍କ କର୍ମଚାରୀମାନେ କ୍ୱାର୍ଟର୍ସ ମଧ୍ୟରେ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ପରେ ସରକାରଙ୍କ ଉପରେ ଚାପ ବଢ଼ିଥିଲା । ଆଜି ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ଉକ୍ତ ସରକାରୀ କ୍ୱାର୍ଟର୍ସକୁ ଆସି ଆବଶ୍ୟକ ଯାଂଚ କରିବା ସହ ପ୍ରାୟ ୨ହଜାର ବର୍ଗଫୁଟ ଜାଗାରେ ବେଆଇନ ନିର୍ମାଣ ହୋଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

Also Read

ତେବେ ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଏହି କ୍ୱାର୍ଟର୍ସକୁ ବବିଙ୍କୁ ୨୦୧୯ ଜୁନ୍ ୧୯ତାରିଖରେ ଚିଠି ସଂଖ୍ୟା- ୧୬୬୮୭ ମାଧ୍ୟମରେ ଆବଂଟନ ହୋଇଥିଲା । ଏହି କ୍ୱାର୍ଟର୍ସରେ ୩୭୦୦ବର୍ଗଫୁଟର କୋଠା ସହ ଗୋଟିଏ ଆଉଟହାଉସ୍ ଓ ଗ୍ୟାରେଜ୍ ମଧ୍ୟ ଥିଲା । ଉକ୍ତ କ୍ୱାର୍ଟର୍ସରେ କୌଣସି ପ୍ରକାରର ବେଆଇନ ନିର୍ମାଣ ନକରିବାକୁ ମଧ୍ୟ ସେତେବେଳେ ବବିଙ୍କୁ ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କ୍ୱାର୍ଟର୍ର୍ସକୁ ୨୦୧୯ ଅଗଷ୍ଟ ୧୭ତାରିଖରେ ବବି ନିଜ ଦଖଲକୁ ନେଇଥିଲେ । ଯାହାକି ଆଜିପର୍ଯ୍ୟନ୍ତ ତାଙ୍କ ପାଖରେ ରହିଛି । ଯଦିଓ ଉକ୍ତ କ୍ୱାର୍ଟର୍ସ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଓ ବରିଷ୍ଠ ଆଇଏଏସଙ୍କୁ ଦେବାର ପ୍ରାବଧାନ ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଚାପରେ ବବିଙ୍କୁ ଏହି ଟାଇପ-୮ କ୍ୱାର୍ଟର୍ସ ଆବଂଟନ ହୋଇଥିଲା ବୋଲି ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁସାରେ, ଯେହେତୁ ବବି ଏହି କ୍ୱାର୍ଟର୍ସରେ ବେଆଇନ ନିର୍ମାଣ କରିଥିବା ନେଇ ଏବେ ପ୍ରମାଣ ମିଳିସାରିଛି ତେଣୁ ତାଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଆବାସିକ(ସଂଶୋଧନ) ରୁଲସ-୧୯୫୯ର ଧାରା ୩୦(ଖ) ଓ ଧାରା-୩୧ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବେଆଇନ ନିର୍ମାଣ ପାଇଁ ତାଙ୍କ ବିରୁଦ୍ଧରେ ଓପିଡିଆର ଆକ୍ଟରେ ସାର୍ଟିଫିକେଟ୍ କେସ୍ କରାଯିବା ସହ ରୁଲ-୩୧ର ପ୍ରାବଧାନ ଅନୁସାରେ ବେଆଇନ ନିର୍ମାଣ ଚିହ୍ନଟ ହେବାଦିନଠୁ ସେ ଘରଭଡ଼ା ବାବଦରେ ଦେଉଥିବା ଟଙ୍କାର ୫ଗୁଣ ତାଙ୍କଠୁ ଜୋରିମାନା ହିସାବରେ ଆଦାୟ କରାଯିବ । ସରକାରୀ କ୍ୱାର୍ଟର୍ସରେ ବେଆଇନ ନିର୍ମାଣ ଓ ଭଙ୍ଗା କରିବାର ଅଧିକାର ବବିଙ୍କର ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବବି ତାଙ୍କୁ ଆବଂଟିତ କ୍ୱାର୍ଟର୍ସର ଦୁଇ ପାଶ୍ୱର୍ରେ ଥିବା ୨ଟି ସରକାରୀ କ୍ୱାର୍ଟର୍ସ ଯଥା-ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ । ଏହାସହିତ ପ୍ରାୟ ୨ରୁ ୩କୋଟି ଟଙ୍କା ଖର୍ଚ୍ଚ କରି ଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ ମୂଲ୍ୟବାନ କାଠ ଓ କାଚରେ ଆଲିଶାନ ଘର ନିର୍ମାଣ କରିଥିଲେ । ସେହି କୋଠାରେ ବିଦେଶରୁ ଆସିଥିବା ସୋଫା, ବେଡ୍‌, ମୂଲ୍ୟବାନ ଲାଇଟ୍ ଓ ଅନ୍ୟାନ୍ୟ ବିଳାସମୟ ସାମଗ୍ରୀ ରହିଥିଲା । ଏବେ ବିଜେଡି କ୍ଷମତାରୁ ଯିବାପରେ ବବି ସେହି ଘରକୁ ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରୀ କ୍ୱାର୍ଟର୍ସକୁ ବିନା ଅନୁମତି ଭାଙ୍ଗିବା ଓ ବେଆଇନ ନିର୍ମାଣ କରିବା ଆଇନତଃ ଅପରାଧ ବୋଲି ଜାଣି ମଧ୍ୟ ବବି କାହା ସାହାସରେ ଏସବୁ କାର୍ଯ୍ୟ କରିଚାଲିଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି । ସାଧାରଣ ପ୍ରଶାସନ ବିଭାଗ କାର୍ହିକି ଏହି ଭଙ୍ଗାରୁଜା ଉପରେ ତୁରନ୍ତ କଟକଣା ଜାରି କରୁନି ତାହା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story