ନିଜ କର୍ମଚାରୀମାନଙ୍କ ନାଁରେ ମାଳମାଳ କମ୍ପାନୀ ଖୋଲିଛନ୍ତି ବବି: ଭିଜିଲାନ୍ସ କରିପାରେ ଖୋଳତାଡ଼, ବଢ଼ିଲା ଅଡ଼ୁଆ

ବବିଙ୍କ ଡାହାଣ ହାତ ପ୍ରକାଶ କେବଳ ୨୦୨୧ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୩ଟି କମ୍ପାନୀ ଯଥା- ରାଇଡର୍ସ ମିନେରାଲ ପ୍ରାଇଭେଟ୍ ଲିମିଟେଡ୍‌, ରାଇଡର୍ସ ଲଜିଷ୍ଟିକ ଲିମିଟେଡ୍ ଓ ଓରିଭିଲ୍ଲା ପ୍ରପର୍ଟିଜ୍ ପ୍ରାଃ ଲିମିଟେଡ୍ କମ୍ପାନୀର ମାଲିକ ସାଜିଛନ୍ତି।

Babi Das

ପ୍ରଣବ ପ୍ରକାଶ ଦାସ

Ordigital Desk
  • Published: Thursday, 11 July 2024
  • Updated: 11 July 2024, 10:17 PM IST

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଅଡ଼ୁଆ ବଢ଼ିଲା ।  ବବିଙ୍କ ଅତ୍ୟନ୍ତ ଖାସ୍ ବ୍ୟକ୍ତିଗତ କର୍ମଚାରୀ ପ୍ରକାଶ ଚନ୍ଦ୍ର ମହାନ୍ତି କେଉଁ ସୂତ୍ରରୁ କୋଟିକୋଟି ଟଙ୍କାର ସମ୍ପତ୍ତି ଆହରଣ କରିଛନ୍ତି ତା’ର ଖୋଳତାଡ଼ ସହ ବବିଙ୍କ ଆର୍ଥିକ ସାମ୍ରାଜ୍ୟର ତଦନ୍ତ ରାଜ୍ୟ ଭିଜିଲାନ୍ସ କରିବାର ସମ୍ଭାବନା ରହିଛି । ‘ନ୍ୟାୟ ପାଇଁ ଲଢ଼େଇ ପରିବାର ସଂଗଠନ’ ପକ୍ଷରୁ ସୁବ୍ରତ କୁମାର ଦାଶ ଆଜି ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ ଶ୍ରୀ ମହାନ୍ତିଙ୍କ ବେଆଇନ ସମ୍ପତ୍ତିର ତଦନ୍ତ ଭିଜିଲାନ୍ସ କରିବ ବୋଲି ତାଙ୍କୁ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି । ଏପଟେ ବବିଙ୍କ ଖାସ୍ ଅନୁଗତ ଥିବା ବିଜେଡିର କିଛି ଯୁବ ଓ ଛାତ୍ର ନେତା ସମେତ ନିଜସ୍ୱ କର୍ମଚାରୀଙ୍କ ନାଁରେ ୩୦ରୁ ଅଧିକ କମ୍ପାନୀ ଏବେବି ଆକ୍ଟିଭ ଥିବା ଖୋଳତାଡ଼ରୁ ଜଣାପଡ଼ିଛି । ଯାହା ବବିଙ୍କ ଅଡ଼ୁଆ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ବବିଙ୍କର ଖାସ୍ କର୍ମଚାରୀମାନଙ୍କ ନାଁରେ ୩ ଡଜନରୁ ଅଧିକ କମ୍ପାନୀ ରହିଛି । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ମହାମାରୀ ପାଇଁ ସାରା ଦେଶରେ ଆର୍ଥିକ ସ୍ଥିତି ବିଗିଡ଼ିଥିବାବେଳେ ବବିଙ୍କ ଏହି କର୍ମଚାରୀମାନେ ଗୋଟିଏ ପରେ ଗୋଟିଏ କମ୍ପାନୀର ମାଲିକ ସାଜିଥିଲେ । ବବିଙ୍କ ଡାହାଣ ହାତ ପ୍ରକାଶ କେବଳ ୨୦୨୧ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୩ଟି କମ୍ପାନୀ ଯଥା- ରାଇଡର୍ସ ମିନେରାଲ ପ୍ରାଇଭେଟ୍ ଲିମିଟେଡ୍‌, ରାଇଡର୍ସ ଲଜିଷ୍ଟିକ ଲିମିଟେଡ୍ ଓ ଓରିଭିଲ୍ଲା ପ୍ରପର୍ଟିଜ୍ ପ୍ରାଃ ଲିମିଟେଡ୍ କମ୍ପାନୀର ମାଲିକ ସାଜିଛନ୍ତି । କରୋନା କାଳରେ ଏସବୁ କମ୍ପାନୀରେ ପେଡ୍ ଅପ୍ କ୍ୟାପିଟାଲ ପାଇଁ ପ୍ରକାଶ କେଉଁଠୁ ଟଙ୍କା ଆଣିଲେ ତାହା ଜଣାପଡ଼ିନି । ଏସବୁ କମ୍ପାନୀରେ ପ୍ରକାଶଙ୍କ ସହ ତାଙ୍କ ସମ୍ପର୍କୀୟ ଓ ବିଜେଡିର କିଛି ଯୁବ ନେତା ମଧ୍ୟ ନିର୍ଦ୍ଦେଶକ ରହିଛନ୍ତି ।

ସେହିପରି ବବିଙ୍କ ଅଫିସରେ କାର୍ଯ୍ୟରତ ଚିନ୍ମୟ କୁମାର ଦାସଙ୍କ ନାଁରେ ୫ଟି କମ୍ପାନୀ ରହିଛି। ଫି-ଗ୍ରୋ ଆଗ୍ରୋ ପ୍ରାଃ ଲିମିଟେଡ, ଫିଗ୍ରୋ ଭେଂଚର୍ସ ପ୍ରାଃ ଲିମିଟେଡ୍ , ମୟୂରଭଞ୍ଜ ଗ୍ରାଣ୍ଡ ପ୍ରାଃ ଲିମିଟେଡ୍ , ଆଫିକ୍ସ ଏଗ୍ରି ଟେକ୍ ପ୍ରାଃ ଲିମିଟେଡ ଓ ଜିଗକନେକ୍ସନ ସଲ୍ୟୁସନ୍ ପ୍ରାଃ ଲିମିଟେଡ୍ ଭଳି କମ୍ପାନୀ ରହିଛି। ଏଥିରୁ ୨ଟି କମ୍ପାନୀ ଗତବର୍ଷ ନଭେମ୍ବରରେ ଓ ୨ଟି କରୋନା ମହାମାରୀ କାଳରେ ଗଢ଼ା ହୋଇଛି।

Also Read

କେବଳ ଏହି ଦୁଇଜଣ ନୁହଁନ୍ତି ବବିଙ୍କ ଖାସ୍ ଅନୁଗତ ସୁବ୍ରତ ଛାଟୋଇଙ୍କ ନାଁରେ ମଧ୍ୟ ୯ଟି କମ୍ପାନୀ ରହିଛି। ଏଥିରୁ କିଛି କମ୍ପାନୀରେ ବବିଙ୍କ ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ନିର୍ଦ୍ଦେଶକ ଥିବା ଜଣାପଡ଼ିଛି। ଯଦିଓ ବବିଙ୍କ ପାଖରେ ଥିବା କର୍ମଚାରୀମାନଙ୍କ ମାସିକ ଦରମା ପ୍ରାୟ ୨୦ରୁ ୩୦ହଜାର ଟଙ୍କା ମଧ୍ୟରେ ଥିଲା ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଜି ‘ନ୍ୟାୟ ପାଇଁ ଲଢ଼େଇ ପରିବାର ସଂଗଠନ’ ପକ୍ଷରୁ ସୁବ୍ରତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଖାସ୍ ଅନୁଗତ ପ୍ରକାଶ ମହାନ୍ତି କୋଟିକୋଟି ଟଙ୍କାର ବେଆଇନ ସମ୍ପତ୍ତି କିଭଳି ଆହରଣ କଲେ ତା’ର ତଦନ୍ତ ପାଇଁ ସେ ଆଜି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ମଧ୍ୟ ତାଙ୍କୁ ତଦନ୍ତ କରାଯିବାର ପ୍ରତିଶ୍ରୁତି ମିଳିଛି।
ବବିଙ୍କ ଖାସ୍ ଅନୁଗତ ପ୍ରକାଶ ହେଉଛନ୍ତି ମାହାଙ୍ଗା ସାହାପୁର ଗାଁର। ପ୍ରକାଶଙ୍କ ଭାଇ ଏବେ ବିଜେଡି ସମର୍ଥିତ ସରପଂଚ ଅଛନ୍ତି ଓ ତାଙ୍କ ପିତା ହେଉଛନ୍ତି ପଶୁ ଡାକ୍ତରଖାନାର ପିଅନ। କିନ୍ତୁ ପ୍ରକାଶଙ୍କ ପାଖରେ ପ୍ରାୟ ହଜାରେ କୋଟି ଟଙ୍କାର ସମ୍ପତ୍ତି ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ଶ୍ରୀ ଦାଶ କହିଛନ୍ତି ଯେ, ପ୍ରକାଶଙ୍କର ମାହାଙ୍ଗା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଭୁବନେଶ୍ୱରରେ ମୂଲ୍ୟବାନ ଜମି ସହ ଆଲିଶାନ୍ ବଙ୍ଗଳା ରହିଛି। ସରକାରୀ ଜମିକୁ ମାଡ଼ି ବସିଥିବା ଜଣାପଡ଼ିଛି। ସେ ପ୍ରାୟ ୧୦ଟି ମୂଲ୍ୟବାନ ଗାଡ଼ି ଚଢ଼ୁଛନ୍ତି ଯାହାର ମୂଲ୍ୟ କୋଟିକୋଟି ଟଙ୍କା ହେବ। ବବି ଦାସଙ୍କ ପାଖରେ ସେ ରହି ୫ବର୍ଷ ଭିତରେ ଏତେ ଅମାପ ସମ୍ପତ୍ତି ଠୁଳ କରିଛନ୍ତି। ଆଉ ତାଙ୍କୁ ଏସବୁରେ ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ସୁବ୍ରତ ଛାଟେଇ ସହଯୋଗ କରିଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗ କରିଛନ୍ତି। ଓଡ଼ିଶାର ଅମାପ ଖଣିଜ ସମ୍ପଦକୁ ଲୁଟ୍ କରି ସେମାନେ ବେଆଇନ ସମ୍ପତ୍ତି ଠୁଳ କରି ମଉଜମଜଲିସ୍ କରୁଛନ୍ତି। ତେଣୁ ଏସବୁ ସମ୍ପତ୍ତିକୁ ବ୍ୟାଜାପ୍ତି କରିବା ପାଇଁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲୁ ଓ ଭିଜିଲାନ୍ସ ଅଧିକାରୀ ମଧ୍ୟ ଏନେଇ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଯଦି ବାସ୍ତବରେ ବବିଙ୍କ କର୍ମଚାରୀମାନଙ୍କ ଦ୍ୱାରା କେଉଁଭଳି ପରିସ୍ଥିତିରେ ମାଳମାଳ କମ୍ପାନୀ ଖୋଲାଯାଇଛି ଓ ଏଥିପାଇଁ ଆର୍ଥିକ ପ୍ରୋତ୍ସାହନ କେଉଁଠୁ ମିଳିଥିଲା ତା’ର ଖୋଳତାଡ଼ କରନ୍ତେ ତା’ହେଲେ କୋଟିକୋଟି ଟଙ୍କାର କଳାଧନର ଠାବ ସମ୍ଭବପର ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story