Advertisment

ବବିଙ୍କୁ ବିଜେପିର କଟାକ୍ଷ:  କ୍ରୀତଦାସ ମାନସିକତା ଛାଡ଼, ସମ୍ବଲପୁର ପାଇଁ କ’ଣ କରିଛ କୁହ

ଆଜି ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରେ ପରସ୍ପରକୁ ଟାର୍ଗେଟ୍ କରାଯିବା ପରେ ବିଜେପି ବିଧାୟକ ନାଉରୀ ନାୟକ ଆଗକୁ ଆସି ବବିଙ୍କୁ କଡ଼ା ସମାଲୋଚନା କରିଛନ୍ତି।

author-image
Ordigital Desk
Babi Das

Babi Das

ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରାର୍ଥୀ ପ୍ରଣବପ୍ରକାଶ ଦାସ(ବବି) ମୁହାଁମୁହିଁ ହୋଇଛନ୍ତି। ବବିଙ୍କୁ ବିଜେପି ସିଧାସଳଖ ଟାର୍ଗେଟ କରିବା ସହ ଆଗ କ୍ରୀତଦାସ ମାନସିକତାରୁ ବାହରକୁ ବାହାରନ୍ତୁ ବୋଲି କହିଛି। ନିର୍ବାଚନ ଆସିଲାବୋଲି ଆଜି ସମ୍ବଲପୁର କଥା ମନେ ପଡ଼ୁଛି କି ବୋଲି ବବିଙ୍କୁ ବିଜେପି କଟାକ୍ଷ କରିଛି।

Advertisment

ଆଜି ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରେ ପରସ୍ପରକୁ ଟାର୍ଗେଟ୍ କରାଯିବା ପରେ ବିଜେପି ବିଧାୟକ ନାଉରୀ ନାୟକ ଆଗକୁ ଆସି ବବିଙ୍କୁ କଡ଼ା ସମାଲୋଚନା କରିଛନ୍ତି।  ବବି କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜି ଦେଇଛନ୍ତି ଓ ନିଜ ଆଗ କ୍ରୀତଦାସ ମାନସିକତାରୁ ବାହାରନ୍ତୁ ବୋଲି କହିଛନ୍ତି। ଆପଣଙ୍କ ୨୫ବର୍ଷ ସରକାର ନିଜ ବିଫଳ ରୂପାନ୍ତରଣକୁ ଲୁଚାଇବାକୁ ଚେଷ୍ଟା କଲେ ବି କେବେ ଲୁଚିବନି। ଆଜି ରାଜ୍ୟରେ ସାଧାରଣ ଲୋକମାନେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି। କେଉଁଠି ପିଇବା ପାଣି ମିଳୁନି ତ କେଉଁଠି ଲୋକମାନେ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି। ଗଣମାଧ୍ୟମରେ ନିତିଦିନ ରୋଗୀମାନେ ପ୍ରସୂତୀ ମହିଳାମାନେ ଖଟିଆରେ ନିଆଯାଉଥିବା ପ୍ରକାଶ ପାଉଛି। ନିକଟରେ କୁଚିଣ୍ଡା ସିମେଲବାହାଲ ଗାଁ ସମେତ ଯୁଯୁମୁରା ବ୍ଲକ ବେଲପାଣି ଗାଁ ସମେତ ଅନେକ ଅଂଚଳରେ ରୋଗୀଙ୍କୁ ଭାରରେ ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ରାଜ୍ୟବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି।

ଓଡ଼ିଶାର ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। ଆପଣଙ୍କ ଜିଲ୍ଲା ଯାଜପୁରର ନଗଡ଼ାରେ ଆଜି ବି ଲୋକମାନେ ଜର୍ଜରିତ ଅବସ୍ଥାରେ ଅଛନ୍ତି।  ରାଉରକେଲା, ସମ୍ବଲପୁର ପରେ ବୁର୍ଲାରେ ହଇଜାରେ ଲୋକ ପ୍ରାଣ ହରାଇଥିବାବେଳେ  ଆପଣଙ୍କ ପୁରୁଣା ଗୃହ ଜିଲ୍ଲା କଟକରେ ବି ଜଣ୍ଡିସ ବ୍ୟାପିବାର ଖବର ଆସିଥିଲା। ଭୁବନେଶ୍ୱର-କଟକରେ ଡ୍ରେନରେ ପଡ଼ି ଲୋକମାନେ ମୃତ୍ୟୁବରଣ କରୁଛନ୍ତି। ୨୫ବର୍ଷର ରୂପାନ୍ତରଣର ଉପଲବ୍ôଧ କ’ଣ ଏସବୁ କି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

Advertisment

ଶ୍ରୀ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ପାଇଁ କ’ଣ କରିଛନ୍ତି ତାହା ସାଧାରଣ ଲୋକ ଜାଣିଛନ୍ତି । ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ନିଜ ଛାତ୍ର ରାଜନୀତି ଜୀବନରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁର ସହ ତାଙ୍କର ସମ୍ପର୍କ ରହିଛି । ନିର୍ବାଚନ ଆସିଲା ବୋଲି ଏବେ ଆପଣଙ୍କୁ ସମ୍ବଲପୁର କଥା ମନେପଡ଼ୁଛି ବୋଲି ସେ ବବିଙ୍କୁ କଟାକ୍ଷ କରି କହିଥିଲେ।

ଉଲ୍ଲେଖଯୋଗ୍ୟ, ଆଜି ନିର୍ବାଚନ ପ୍ରଚାର ଅବସରରେ ଧର୍ମେନ୍ଦ୍ର ରାଜ୍ୟରେ ୨୫ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରର ରୂପାନ୍ତରଣର ବିକଟାଳ ଚିତ୍ରର ଉଦାହରଣ ଦେଇ କଡ଼ା ସମାଲୋଚନା କରିଥିଲେ । ୨୫ବର୍ଷ ଧରି କ୍ଷମତାରେ ରହି ମଧ୍ୟ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସ୍ଥାପନ କରିବା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବିଜେଡି ବିଫଳ ଥିବା କହିଥିଲେ । ଏହାର ଜବାବରେ ବବି ମଧ୍ୟ ଗତ ୧୦ବର୍ଷ ମଧ୍ୟରେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ୪୦୦ଜଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି କହି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି।

BjD Bjp