Advertisment

ଆଜି ଶପଥ ନେବେ ବିଷ୍ଣୁଦେଓ ସାଏ, ହେବେ ଛତିଶଗଡ଼ର ଚତୁର୍ଥ ମୁଖ୍ୟମନ୍ତ୍ରୀ

୧୯୯୦ରୁ ବିଜେପିର ପ୍ରମୁଖ ଆଦିବାସୀ ଚେହେରା ବନିଥିବା ବିଷ୍ଣୁଦେଓ ଦଳର ଅନେକ ପଦପଦବୀରେ କାମ କରିଛନ୍ତି। ସେ ଛତିଶଡ଼ଗର ବିଜେପି ମୁଖ୍ୟ ଭାବେ କାମ କରିଥିଲେ।

Vishnu Deo Sai

Vishnu Deo Sai

Advertisment

ବହୁ ମାନସ ମନ୍ଥନ ପରେ ଶେଷରେ ବିଜେପି ନେତା ବିଷ୍ଣୁଦେଓ ସାଏ ହେବାକୁ ଯାଉଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଆଜି ରାଇଜ ମୁଖିଆ ଭାବେ ଶପଥ ନେବେ ସାଏ। ଗତକାଲି ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ବିଷ୍ଣୁଦେଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲେ। ସେ ବିଧାନସଭାର ଚତୁର୍ଥ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

Advertisment

ଗତକାଲି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ରାଜ୍ୟପାଳ ହରିଚନ୍ଦନ ମଧ୍ୟ ତାଙ୍କୁ ସରକାର ଗଠନ କରିବାକୁ ଅନୁମତି ଦେଇଥିଲେ। ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ ବିଷ୍ଣୁଦେଓ। ଏକଦା ସରପଞ୍ଚ ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ବିଷ୍ଣୁଦେଓ ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।

୧୯୯୦ରୁ ବିଜେପିର ପ୍ରମୁଖ ଆଦିବାସୀ ଚେହେରା ବନିଥିବା ବିଷ୍ଣୁଦେଓ ଦଳର ଅନେକ ପଦପଦବୀରେ କାମ କରିଛନ୍ତି। ସେ ଛତିଶଡ଼ଗର ବିଜେପି ମୁଖ୍ୟ ଭାବେ କାମ କରିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯିବା ପରେ ସାଏ କହିଥିଲେ, "ସେ 'ମୋଦି କି ଗ୍ୟାରେଣ୍ଟି' ପୂରଣ କରିବେ। ଏହି ଘୋଷଣାର ଅଧୀନରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ 18 ଲକ୍ଷ ଘର ମଞ୍ଜୁର କରିବା ପ୍ରାଥମିକ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ବିଷ୍ଣୁଦେଓ କହିଛନ୍ତି।"

Vishnu Deo Sai CM Oath Ceremony Chhattisgarh New CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe