Advertisment

କଣ୍ଟା ବାଡ଼ରେ ଲୁଗା ପକେଇ କଳି ଲାଗୁଛନ୍ତି, ହେଲେ ଜାଣନ୍ତିନି ଠିକ୍‌ ଓଡ଼ିଆ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିର୍ବାଚନୀ କୋଳାହଳରେ ନେତାଏ ଓଡ଼ିଆ ଭୁଲିଗଲେଣି ବୋଧେ। ନ ହେଲେ କ’ଣ ଏମିତି ସ୍ଥିତି ଦେଖିବାକୁ ମିଳିଥାନ୍ତା। କଥାଟା କଷ୍ଟ ଲାଗୁଥିଲେ ବି ଖାଣ୍ଟି ସତ। ନିର୍ବାଚନ ପୂର୍ବରୁ ଆମେ ଜିତିବୁର ବାହାସ୍ଫୋଟ ମାରିଥିବା ମୁଖ୍ୟମନ୍ତ୍ରୀ ମୋଦିଙ୍କୁ କଥାରେ କଥାରେ ନିମନ୍ତ୍ରଣ କଲେ, ହେଲେ କେହି ଦଳୀୟ କର୍ମୀ ଟିକେ ଚତୁରତା ଦେଖାଇ ଗୋଟିଏ ନିମନ୍ତ୍ରଣ ପତ୍ର ଛାପି ସୋଶାଲ ମିଡିଆରେ ଛାଡିଲେ। ଲେଖାଟି ପଢି ଖୁସି ଲାଗିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ […]

ଅଦ୍ୟତନ ହୋଇଛି
କଣ୍ଟା ବାଡ଼ରେ ଲୁଗା ପକେଇ କଳି ଲାଗୁଛନ୍ତି, ହେଲେ ଜାଣନ୍ତିନି ଠିକ୍‌ ଓଡ଼ିଆ !

suj

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିର୍ବାଚନୀ କୋଳାହଳରେ ନେତାଏ ଓଡ଼ିଆ ଭୁଲିଗଲେଣି ବୋଧେ। ନ ହେଲେ କ’ଣ ଏମିତି ସ୍ଥିତି ଦେଖିବାକୁ ମିଳିଥାନ୍ତା। କଥାଟା କଷ୍ଟ ଲାଗୁଥିଲେ ବି ଖାଣ୍ଟି ସତ। ନିର୍ବାଚନ ପୂର୍ବରୁ ଆମେ ଜିତିବୁର ବାହାସ୍ଫୋଟ ମାରିଥିବା ମୁଖ୍ୟମନ୍ତ୍ରୀ ମୋଦିଙ୍କୁ କଥାରେ କଥାରେ ନିମନ୍ତ୍ରଣ କଲେ, ହେଲେ କେହି ଦଳୀୟ କର୍ମୀ ଟିକେ ଚତୁରତା ଦେଖାଇ ଗୋଟିଏ ନିମନ୍ତ୍ରଣ ପତ୍ର ଛାପି ସୋଶାଲ ମିଡିଆରେ ଛାଡିଲେ।

Advertisment

ଲେଖାଟି ପଢି ଖୁସି ଲାଗିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହି ପାରନ୍ତିନି ଏ କଥା ସମସ୍ତେ ଜାଣନ୍ତି, ହେଲେ ନିମନ୍ତ୍ରଣ ପତ୍ରଟି ଓଡ଼ିଆରେ ଲେଖାଥିବାରୁ ଦଳଗତ ରାଜନୀତିରୁ ଉଠି ସମସ୍ତେ ଏହାକୁ ପ୍ରଶଂସା କଲେ। ହେଲେ ଲେଖକଙ୍କ ମୁଦ୍ରଣଗତ ତ୍ରୁଟି ଦେଖି ତାଙ୍କ ଓଡ଼ିଆ ପ୍ରିତି ବି ବାରି ହୋଇପଡିଲା।

publive-image

ବର୍ଣ୍ଣ, ମାତ୍ରା, ଫଳା ସବୁଥିରେ ଭୁଲ୍‌ ଅଛି। ଏହି ଭାଇରାଲ ନିମନ୍ତ୍ରଣ ପତ୍ର ପାଇଁ ଏବେ ଟ୍ରୋଲ ହେଉଛି ବିଜେଡି। ଆଉ ସବୁଠାରୁ ମଜାକଥା ହେଉଛି, ଅଭିନେତାରୁ ରାଜନେତା ବନିଥିବା ତଥା କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ଟିକେଟରେ ଲଢୁଥିବା ଅନୁଭବ ମହାନ୍ତି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏହାକୁ ପକାଇ ହଟହଟା ହୋଇଛନ୍ତି।

Advertisment

ଲୋକେ କହୁଛନ୍ତି ମୁଖ୍ୟମନ୍ତ୍ରୀ ଓଡ଼ିଆ କହନ୍ତିନି ଆଉ ତାଙ୍କ ଅନୁଗତଙ୍କୁ ଲେଖା ଟିକକ ବି ଭଲରେ ଜଣାନାହିଁ। ଧିକ୍‌ ତମ ରାଜନୀତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe