Advertisment

ବିଜେଡି ନେତାଙ୍କୁ ଜବାବ ଦେଲେ ବଦ୍ରି ପାତ୍ର

ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ର କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତାମାନେ ଏପରି କଥା କହୁଛନ୍ତି ତା’ର ଯଥାର୍ଥତା ନାହିଁ। ବିଜେଡି, କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା।

BJD

BJD

Advertisment

ଦିବା ସ୍ୱପ୍ନ ଦେଖୁଥିବା ବିଜେଡି ନେତାଙ୍କୁ ଜବାବ ଦେଲେ ନିଜ ଦଳର ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି, ସଂଖ୍ୟାଗରିଷ୍ଠତା ପାଇ ବିଜେପି ସରକାର ଗଢ଼ିଛି। ଏଭଳି ସ୍ଥିତିରେ ବିଜେଡି ପୁଣି ସରକାର କରିବ, କଂଗ୍ରେସ ସହିତ ମିଶି ସରକାର କରିବ - ଆଦି କହିବା ଅବାସ୍ତବ କଥା ବୋଲି ଶ୍ରୀ ପାତ୍ର କହିଛନ୍ତି।

Advertisment

ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ର କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତାମାନେ ଏପରି କଥା କହୁଛନ୍ତି ତା’ର ଯଥାର୍ଥତା ନାହିଁ। ବିଜେଡି, କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ଜାଣିନି। ବିଜେପି ସାଙ୍ଗରେ ସମଦୂରତାରେ ଆମେ କଂଗ୍ରେସ ସହ କେବେ ନଥିଲୁ। ଯେଉଁମାନେ କହୁଛନ୍ତି ମତି ବିଭ୍ରାଟ ହୋଇଛି, ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରିପାତ୍ର କହିଛନ୍ତି।

ଦଳ ଭିତରେ କନ୍ଦଳକୁ ନେଇ ଶ୍ରୀ ପାତ୍ର କହିଛନ୍ତି, ସବୁ ସ୍ଥାନରେ କନ୍ଦଳ ଥାଇନପାରେ। ଯେଉଁଠି କନ୍ଦଳ ଅଛି, ସମାଧାନ କରାଯାଉଛି। ସମସ୍ତଙ୍କୁ ଏକାଠି କରିବାକୁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ସୋଚନୀୟ ପରାଜୟ ହୋଇଥିଲା। ବିଜେଡିର ବଡ଼ ବଡ଼ କୁହାଳିଆ ନେତା ପରାସ୍ତ ହୋଇଛନ୍ତି। ହେଲେ ସେମାନେ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି। ଦିନ ଦି’ପହରରେ ବିଜେଡି ନେତାମାନେ ସ୍ୱପ୍ନ ଦେଖୁଛନ୍ତି। ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ ସରକାର ଗଢ଼ିବାକୁ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଲତିକା ପ୍ରଧାନ ପ୍ରମୁଖ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। କର୍ମୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁନେତାମାନେ ଏମିତି କହୁଥିବା ଚର୍ଚ୍ଚା ହେଉଛି।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe