Advertisment

ରାଜ୍ୟ ବିଜେପି ସଭାପତିଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ; ତାକତ୍‌ ଅଛି ତ ବିଜେଡିକୁ ଖାଲି କରି ଦେଖାଅ?

ଦଳରେ ନେତାମାନେ ଖୋଲାଖୋଲି ଭାବେ ମୋହନ ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ ଦେଇ ପାରିବା ପଣିଆ ଦେଖାଇବାକୁ ଆହ୍ୱାନ ଦେବାର ଲାଗିଛନ୍ତି।

ଅଦ୍ୟତନ ହୋଇଛି
Badri Narayan Patra

Badri Narayan Patra

Advertisment

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପୂରା ଆଟାକିଂ ମୁଡ୍‌ରେ ଅଛି ବିଜେଡି। ଦଳରେ ନେତାମାନେ ଖୋଲାଖୋଲି ଭାବେ ମୋହନ ସରକାର ଓ ବିଜେପିକୁ ଚ୍ୟାଲେଞ୍ଜ ଦେଇ ପାରିବା ପଣିଆ ଦେଖାଇବାକୁ ଆହ୍ୱାନ ଦେବାର ଲାଗିଛନ୍ତି।

Advertisment

ଗତକାଲି ବିଜେଡି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି) ମୋହନ ସରକାରଙ୍କୁ  ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଆଜି ସମାନ ଢଙ୍ଗରେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର ମଧ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ତାକତ୍ ଅଛିତ ବିଜେଡିର ଭାଡ଼ି ଖାଲି କରି ଦେଖାଅ ବୋଲି ସେ ମନମୋହନଙ୍କୁ ଆହ୍ୱାନ ଦେଇଛନ୍ତି।

୨ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଧୀରେ ଧୀରେ ବିଜେଡିର ଭାଡ଼ି ଖାଲି ହୋଇଯିବ ବୋଲି କହିଥିଲେ ମନମୋହନ। ସେହି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର କହିଛନ୍ତି, ଯଦି ତାକତ୍ ଅଛି ତ ବିଜେଡିକୁ ଖାଲି କରିକି ଦେଖାଅ? ବହୁତ ଲୋକ ଅନେକ କଥା କହିବେ। କିଏ କହିଲା ବେଳେ ଆମେ ଛିଡ଼ା ହୋଇ କ’ଣ କାହା ମୁହଁ ବନ୍ଦ କରିବୁ? ଏହି ସବୁ ନିରର୍ଥକ କଥା କହିବାର କିଛି ଅର୍ଥ ନଥାଏ ।

Advertisment

ବଦ୍ରି କହିଛନ୍ତି, ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ। ଏତେ ବଡ଼ ଦଳକୁ ଖତମ କରିବାର କାହାର ତାକତ୍ ଅଛି? ଯଦି ତାକତ୍ ଅଛି କରି ଦେଖାନ୍ତୁ। ଏପରି ବୟାନବାଜି କରିବାର କିଛି ଲାଭ ନାହିଁ।

ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଣବ ପ୍ରକାଶ ଦାସ ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। କହିଥିଲେ ଯେ, ଯାଜପୁରର ବିକାଶ ପାଇଁ ଯଦି ମୁଁ ଭୁଲ୍ କରିଛି ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବି । ଯଦି ମୁଁ ଦୁର୍ନୀତି କରିଛି ବୋଲି କହୁଛ, ତେବେ କାହିଁକି ବାନ୍ଧୁନ ବୋଲି ଓଲଟା ମୋହନ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏଥିସହ ଯାଜପୁରରୁ ପୁଣିଥରେ ନେତୃତ୍ୱ ନେବାର ସଙ୍କେତ ମଧ୍ୟ ଦେଇଥିଲେ ବବି।

BjD Badri Narayan Patra State Bjp Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe