Advertisment

ଦେଶରେ ହେବ କି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ? ଏମିତି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଲୋକସଭା ନିର୍ବାଚନର ରେଜଲ୍ଟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ୬ରୁ ୧ ବର୍ଷ ମଧ୍ୟରେ ଦେଶରେ ପୁଣି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବ ବୋଲି ସେ କହିଛନ୍ତି।

author-image
Hemant Lenka
Congress

Congress

ଚଳିତ ଲୋକସଭା ନିର୍ବାଚନରେ କୌଣସି ରାଜନୀତିକ ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ମିଳି ନାହିଁ। ତେଣୁ ଦେଶକୁ ମେଣ୍ଟ ରାଜନୀତି ଫେରିଛି। ବିଜେପି ଏକାକୀ ୨୪୦ଟି ଆସନ ଜିତିଥିବାରୁ ଏକଦା ବିରୋଧୀ ଭୂମିକାରେ ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାରଙ୍କୁ ସାଥୀ କରି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ୯ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

କିନ୍ତୁ କ’ଣ ୫ ବର୍ଷ ମୋଦି ୩.୦ ସରକାର କାମ କରିପାରିବ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ଏହା ଉପରେ ଆଜି ବଡ଼ ବୟାନ ଦେଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଲୋକସଭା ନିର୍ବାଚନର ରେଜଲ୍ଟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ୬ରୁ ୧ ବର୍ଷ ମଧ୍ୟରେ ଦେଶରେ ପୁଣି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବ ବୋଲି ସେ କହିଛନ୍ତି।

Advertisment

ଛତିଶଗଡ଼ର ମୋହଲା ମନପୁର ଜିଲ୍ଲାରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧନ କରି ବଘେଲ କହିଛନ୍ତି, “ଲୋକସଭା ନିର୍ବାଚନର ଫଳାଫଳ ରେଜଲ୍ଟକୁ ମୁଁ ସ୍ୱାଗତ କରୁଛି। ଯେଉଁମାନେ ଦଳଗୁଡ଼ିକୁ ଭାଙ୍ଗୁଥିଲେ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଜେଲରେ ଭର୍ତ୍ତି କରୁଥିଲେ, ସେମାନଙ୍କୁ ଲୋକେ ଉଚିତ ଜବାବ ଦେଇଛନ୍ତି। ତଥାପି କାର୍ଯ୍ୟକର୍ତ୍ତାମାନେ ପ୍ରସ୍ତୁତ ହୋଇ ରୁହନ୍ତୁ।

୬ରୁ ୧ ବର୍ଷ ମଧ୍ୟରେ ଦେଶରେ ମଧ୍ୟବର୍ତ୍ତିକାଳୀନ ନିର୍ବାଜନ ହୋଇପାରେ। ଦେବେନ୍ଦ୍ର ଫଡନାଭିସ ଇସ୍ତଫା ଦେଉଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ଚେୟାର ଦୋହଲିବା ଆରମ୍ଭ ହୋଇଛି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଏପଟ ସେପଟ ହେଉଛନ୍ତି।

କେନ୍ଦ୍ରରେ ଏଯାଏ ସରକାର ହୋଇନି। କିନ୍ତୁ ଜେଡିୟୁ ମୁଖପାତ୍ର ଅଗ୍ନିବୀର ଯୋଜନାକୁ ରଦ୍ଦ କରିବାକୁ କହିଲେଣି। ସେମାନେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି। ଏସବୁ ପ୍ରସଙ୍ଗ ରାହୁଲ ଗାନ୍ଧି ମଧ୍ୟ ଉଠାଇଥିଲେ। ତେଣୁ ୬ରୁ ୧ ବର୍ଷ ମଧ୍ୟରେ କିଛି ବି ହୋଇପାରେ।”

Chhattisgarh Bhupesh Baghel