Advertisment

ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ବୈଜୟନ୍ତ

ମୁଖ୍ୟମନ୍ତ୍ରୀ ଯାହାଙ୍କୁ 5T ଦେଇଛନ୍ତି, ସେ 5T ନାଁରେ ୫ ଜଣ ତାମିଲ ଲୋକଙ୍କୁ ପୂରା ଓଡ଼ିଶାକୁ ବିକି ଦେଇଛନ୍ତି।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ନାଁ ନନେଇ ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଥିଲେ ତା’ର କଡ଼ା ଜବାବ ଦେଇଛନ୍ତି ଶ୍ରୀ ପଣ୍ଡା। ପାଟକୁରାରେ ଅନୁଷ୍ଠିତ ନିର୍ବାଚନୀ ସଭାରୁ ସେ କରିଛନ୍ତି କାଉଣ୍ଟର।  

Advertisment

ବୈଜୟନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ନାଁରେ ଇଆଡୁ ସିଆଡୁ କିଛି ଅଭିଯୋଗ କରିଛନ୍ତି। ମୁଁ ତାଙ୍କୁ ଦୋଷ ଦେଉନି। ଯେଉଁ ତାମିଲ ବାବୁ ତାଙ୍କୁ କବଜା କରି ରଖିଛନ୍ତି, ସେ ଯାହା କହୁଛନ୍ତି, ନବୀନ ସେୟା ମାଇକ୍‌ରେ କହି ଦେଉଛନ୍ତି। ବହୁ ଦଶନ୍ଧି ଧରି ମୋ ପରିବାର ବ୍ୟବସାୟ କରି ଆସୁଛି। ସ୍ୱର୍ଗତ ବିଜୁ ଅଙ୍କଲଙ୍କ ଅମଳରୁ ଆମ ପରିବାର ବ୍ୟବସାୟ କରି ଆସୁଛି। ଆମ ପରିବାର ପ୍ରତି କେହି କେବେ ଆରୋପ ଲଗାଇ ନାହାନ୍ତି। ସମ୍ପତ୍ତି ପାଇଁ ମୁଁ ରାଜନୀତିକୁ ଆସିନାହିଁ।  ଲୋକଙ୍କ ପାଇଁ କାମ କରିବାକୁ ଓ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହାଙ୍କୁ 5T ଦେଇଛନ୍ତି, ସେ 5T ନାଁରେ ୫ ଜଣ ତାମିଲ ଲୋକଙ୍କୁ ପୂରା ଓଡ଼ିଶାକୁ ବିକି ଦେଇଛନ୍ତି। ତାଙ୍କ ସମ୍ପତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ଯାଞ୍ଚ କରନ୍ତୁ। ସେ ସମ୍ପତ୍ତି ଓଡ଼ିଆ ଲୋକଙ୍କୁ ଫେରାନ୍ତୁ। ଓଡ଼ିଶାରେ ଉତ୍ପାଦିତ ବିଜୁଳିର ଦର ଓଡ଼ିଶାରେ କାହିଁକି ବେଶି, ତାମିଲନାଡୁରେ କାହିଁକି କମ୍ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ। ଏହା ସହିତ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେ (ଭି କେ ପାଣ୍ଡିଆନ) ରତ୍ନଭଣ୍ଡାର ଚାବି ଫେରାଇବେ ପଚାରନ୍ତୁ। ସେ ଦେବେ ନା ଆମେ ୧୦ ତାରିଖ ପରେ ଗୋଡ଼ାଇ ଗୋଡ଼ାଇ ତାମିଲନାଡୁରୁ ଆଣିବୁ।  

Advertisment

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାରେ ନିର୍ବାଚନ ପ୍ରଚାର ବେଳେ ବୈଜୟନ୍ତଙ୍କ ନାଁ ନନେଇ ପରୋକ୍ଷରେ ଟାର୍ଗେଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଅଭିଯୋଗ କରିଥିଲେ ଯେ ସେ (ବୈଜୟନ୍ତ ପଣ୍ଡା) ସାଂସଦ ଥିବା ବେଳେ କେବଳ ନିଜ ପାଇଁ ଓ ତାଙ୍କ କଂପାନୀର ଲାଭ ପାଇଁ କାମ
କରିଥିଲେ। ସେ କେନ୍ଦ୍ରାପଡ଼ାବାସୀଙ୍କ ସହିତ ବିଶ୍ୱାସଘାତ କରିଛନ୍ତି। 

ଆଜି ପାଟକୁରା ସଭାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉପସ୍ଥିତ ରହିଥିଲେ। ସେ ଦଳର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାନସଭା ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କ ପାଇଁ ପ୍ରଚାର କରିଥିଲେ। 

Naveen Patnaik Odisha Assembly Election 2024 Baijayant Jay Panda 2024 General Election Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe