Advertisment

ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହେଲେ ବୈଜୟନ୍ତ

ଝାରସୁଗୁଡ଼ା କାର୍ଯ୍ୟକ୍ରମ ପରେ ଶ୍ରୀ ପଣ୍ଡା ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ସୁନ୍ଦରଗଡ଼ ରିଜର୍ଭ ପୁଲିସ୍‌ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ଜିଲ୍ଲା ବିଜେପି ସଭାପତି କୁସୁମ ଟେଟେ ଓ ତାଙ୍କ ସମର୍ଥକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ଦୁଇ ଜିଲ୍ଲାରେ ଆୟୋଜିତ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ଲୋକଙ୍କୁ ଦଳର ବାର୍ତ୍ତା ଦେବା ସହ ସେମାନଙ୍କ ସହିତ ଆଲୋଚନା କରିଥିଲେ ବୈଜୟନ୍ତ। 

Advertisment

ଶ୍ରୀ ପଣ୍ଡା ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ। ଝାରସୁଗୁଡ଼ାରେ ପହଞ୍ଚିବା ପରେ ଦଳର ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ସେଠାରୁ ସେ ବ୍ରଜରାଜନଗରରେ ଯାଇଥିଲେ। ବ୍ରଜରାଜନଗରରେ ସେ ପ୍ରଥମେ ରାମଚଣ୍ଡୀ ମନ୍ଦିର ଯାଇଥିଲେ। ପରେ ଦୁର୍ଗା ମନ୍ଦିର ଯାଇ ମାଆଙ୍କ ଆଶୀର୍ବାଦ ନେଇଥିଲେ। ତା’ପରେ ସେ ଦଳର ସଦସ୍ୟତା ଅଭିଯାନରେ ସାମିଲ୍ ହୋଇ ବିଭିନ୍ନ ବର୍ଗର ଲୋକଙ୍କୁ ବିଜେପି ସହ ଯୋଡିଥିଲେ। ମୋବାଇଲ ଫୋନରେ ସଦସ୍ୟ ହେବାର ପ୍ରକ୍ରିୟା କିପରି କରାଯାଏ, ତାହା ଲୋକଙ୍କୁ ଦେଖାଇଥିଲେ।

ଝାରସୁଗୁଡ଼ା କାର୍ଯ୍ୟକ୍ରମ ପରେ ଶ୍ରୀ ପଣ୍ଡା ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ସୁନ୍ଦରଗଡ଼ ରିଜର୍ଭ ପୁଲିସ୍‌ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ଜିଲ୍ଲା ବିଜେପି ସଭାପତି କୁସୁମ ଟେଟେ ଓ ତାଙ୍କ ସମର୍ଥକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ଶ୍ରୀ ପଣ୍ଡା ୧୧ ନମ୍ୱର ୱାର୍ଡକୁ ଯାଇଥିଲେ। ସେଠାରେ ଘରକୁ ଘର ବୁଲିଥିଲେ। ଲୋକଙ୍କୁ ଦଳର ବାର୍ତ୍ତା ଦେବା ସହ ଆଲୋଚନା କରିଥିଲେ। ଏପରିକି ଲୋକଙ୍କ ଘରକୁ ଯାଇ ଗେଟରେ ବିଜେପିର ଷ୍ଟିକର ମାରିଥିଲେ।

Advertisment

୧୧ ନମ୍ୱର ୱାର୍ଡରେ ସଦସ୍ୟତା ଅଭିଯାନରେ ସାମିଲ୍‌ ହେବା ପରେ ଶ୍ରୀ ପଣ୍ଡା ସର୍କିଟ ହାଉସ୍‌କୁ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେବା ପରେ ଭୋଜପୁର ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଏକ ବୈଠକ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି କୁସୁମ ଟେଟେ ଓ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାମାନେ ସାମିଲ୍‌ ହୋଇଥିଲେ। ପରେ ସେଠାରେ ଆୟୋଜିତ ହୋଇଥିଲା ସଦସ୍ୟତା ଅଭିଯାନ। ଏଥିରେ ଶତାଧିକ ଲୋକ ଯୋଗଦେଇ ବିଜେପି ସଭ୍ୟ ପଦ ଗ୍ରହଣ କରିଥିଲେ। ପାର୍ଟି ଅଫିସ୍‌ରେ ହୋଇଥିବା କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ। ତା’ପରେ ଶ୍ରୀ ପଣ୍ଡା ଭୁବନେଶ୍ୱର ଫେରି ଯାଇଥିଲେ। 

Bjp Jharsuguda Sundargarh