Advertisment

ମାସକରେ ବୈଜୟନ୍ତଙ୍କୁ ଦ୍ୱିତୀୟ ଗୁରୁଦାୟିତ୍ୱ, ଦକ୍ଷତାକୁ ମିଳୁଛି ସ୍ୱୀକୃତି

୪ଥରର ସାଂସଦ ବୈଜୟନ୍ତ ୨୦୧୯ ମାର୍ଚ୍ଚ ମାସରେ ବିଜେପିରେ ଯୋଗ ଦେବା ପରଠୁ ଦଳ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିଛି।

Baijayant Panda

Baijayant Panda

Advertisment

ନିଜର ନିଆରା କର୍ମଶୈଳୀ ଓ ଶ୍ରେଷ୍ଠତା ପ୍ରଦର୍ଶନ କରି ଖୁବ କମଦିନ ମଧ୍ୟରେ ବିଜେପି ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇଛନ୍ତି ବରିଷ୍ଠ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା । ମାସକ ମଧ୍ୟରେ ବିଜେପି ତାଙ୍କୁ ପୁଣି ଏକ ଗୁରୁଦାୟିତ୍ୱ ଦେଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତଙ୍କୁ ଚଳିତମାସ ୩ତାରିଖରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିବା ବିଜେପି ଆଜି ତାଙ୍କୁ ଉତ୍ତରପ୍ରଦେଶ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦେଇଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକି ଥିବାବେଳେ ଦେଶର ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶର ଦାୟିତ୍ୱ ବୈଜୟନ୍ତଙ୍କୁ ମିଳିଛି । ୫ବର୍ଷରୁ କମ୍ ଅବଧି ମଧ୍ୟରେ ବୈଜୟନ୍ତ ସଫଳ ରଣକୌଶଳ ସହ ନିଜର ଦକ୍ଷତା ପ୍ରତିପାଦନ କରି ବିଜେପି ପାଇଁ ସଫଳତାର ଶ୍ରେୟ ଆଣିବାରେ ସକ୍ଷମ ହୋଇଛନ୍ତି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଚାଣକ୍ୟ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ।

Advertisment

୪ଥରର ସାଂସଦ ବୈଜୟନ୍ତ ୨୦୧୯ ମାର୍ଚ୍ଚ ମାସରେ ବିଜେପିରେ ଯୋଗ ଦେବା ପରଠୁ ଦଳ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିଛି । ଜଣେ ଦକ୍ଷ କ୍ରାଇସିସ୍ ମ୍ୟାନେଜର ଓ ବିଭିନ୍ନ ବର୍ଗର ନେତାମାନଙ୍କ ସହ ବ୍ୟକ୍ତିଗତ ସୁସମ୍ପର୍କ ରଖିଥିବା ବୈଜୟନ୍ତ ନିଜର ଦକ୍ଷତା ଓ ନିଆରା କାର୍ଯ୍ୟଶୈଳୀ ମାଧ୍ୟମରେ ଖୁବ କମ୍ ଦିନ ମଧ୍ୟରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ବିଜେପିରେ ସାମିଲ ହେବାର ମାତ୍ର ୪ ମଧ୍ୟରେ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପସଭାପତି ସହ ଜାତୀୟ ମୁଖପାତ୍ର ଭାବେ ଅବସ୍ଥାପିତ କରିଥିଲା । ଆଉ ବିଜେପି ନେତୃୃତ୍ୱଙ୍କ ଏହି ଗୁରୁଦାୟିତ୍ୱକୁ ବେଶ୍ ଦକ୍ଷତାର ସହ ତୁଲାଇଥିବା ବୈଜୟନ୍ତ ସେବେଠୁ ଆଉ ପଛକୁ ଫେରିନାହାନ୍ତି । ଆସାମ ବିଧାନସଭା ନିର୍ବାଚନର ମାତ୍ର ୫ମାସ ପୂର୍ବରୁ ବୈଜୟନ୍ତଙ୍କୁ ଆସାମ ରାଜ୍ୟର ପ୍ରଭାରୀ ଭାବେ ଦଳ ଅବସ୍ଥାପିତ କରିଥିଲା । ଆଉ ନିଜର ରଣକୌଶଳ ଓ ସବୁବର୍ଗର ନେତାଙ୍କ ସହ ଉତ୍ତମ ସମନ୍ୱୟ ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ କଲ୍ୟାଣମୂଳକ ଯୋଜନାକୁ ଆଧାର କରି ବୈଜୟନ୍ତ ଦଳ ପାଇଁ ଆସାମରେ ସଫଳତା ଆଣିବାରେ ସକ୍ଷମ ହୋଇଥିଲେ । ଦିଲ୍ଲୀରେ ୨୦୨୨ ଡିସେମ୍ବରରେ ଅନୁଷ୍ଠିତ ମହାନଗର ନିର୍ବାଚନରେ ବି ବୈଜୟନ୍ତଙ୍କ ରଣକୌଶଳ ଯୋଗୁ ସେଠାରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିକୁ କଡ଼ା ଟକ୍କର ଦେବାରେ ବିଜେପି ପ୍ରାର୍ଥୀମାନେ ସକ୍ଷମ ହୋଇଥିଲେ ।

ନିକଟରେ ଶେଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନବେଳେ ଦଳର ଯୋଦ୍ଧା ସାଜି ବୈଜୟନ୍ତ ଛତିଶଗଡ଼ରେ କଠିନ ପରିଶ୍ରମ କରି ବିଜେପିର ସଫଳତାରେ ନିଜର ଭାଗିଦାରୀ ଦେଇଥିଲେ ।

Advertisment

ଚଳିତବର୍ଷ ଜାନୁୟାରୀ ୩ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ବୈଜୟନ୍ତଙ୍କୁ ମିଳିଛି । ସାଧାରଣ ନିର୍ବାଚନରେ ମହିଳା ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ବିଜେପି ଏବେ ଜୋରଦାର କସରତ କରୁଛି । ଆଉ ଏଭଳି ସମୟରେ ବୈଜୟନ୍ତଙ୍କ ଉପରେ ଦଳ ଭରସା କରି ମହିଳା ଭୋଟ୍ ହାର ବଢ଼ାଇବା ପାଇଁ ରଣକୌଶଳ ପ୍ରସ୍ତୁତ ସହ ମହିଳା ସଂଗଠନକୁ ଅଧିକ କ୍ରିୟାଶୀଳ କରିବାର ଦାୟିତ୍ୱ ଅର୍ପଣ କରିଛି ।

ଆଜି ପୁଣି ଉତ୍ତରପ୍ରଦେଶ ଭଳି ସର୍ବାଧିକ ଲୋକସଭା ସିଟ ବିଶିଷ୍ଟ ରାଜ୍ୟର ପ୍ରଭାରୀ ଦାୟିତ୍ୱ ବୈଜୟନ୍ତଙ୍କୁ ମିଳିଛି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ଅମିତ୍ ଶାହଙ୍କୁ ଦଳ ଦାୟିତ୍ୱ ଦେଇଥିଲା । ଆଉ ଦଳର ସାଂସଦ ସଂଖ୍ୟାକୁ ୧୦ରୁ ୭୧କୁ ବୃଦ୍ଧି କରିବାରେ ଅମିତ୍ ଶାହଙ୍କ ଚାଣକ୍ୟ ନୀତି କାମ ଦେଇଥିଲା । ସେହିପରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ସମ୍ଭାଳିଥିଲେ ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଉ ଦଳ ୮୦ରୁ ୬୨ଟି ସିଟ୍ ଜିତିବାରେ ସକ୍ଷମ ହୋଇଥିଲା । ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନା, ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଯୋଗୀ ଆଦିତ୍ୟନାଥ ସରକାରର କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଧାର ଏବଂ ବିଶେଷକରି ବୈଜୟନ୍ତଙ୍କ ସୁଚିନ୍ତିତ ରଣକୌଶଳ ମାଧ୍ୟମରେ ବିଜେପି ଏଥର ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ସବୁ ରେକର୍ଡକୁ ଭଙ୍ଗ କରିବାର ଲକ୍ଷ୍ୟ ରଖିଛି । ନିଜସ୍ୱ ପ୍ରଚାର-ପ୍ରସାରରୁ ଦୂରରେ ରହି ବୈଜୟନ୍ତ ଦଳ ପାଇଁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିବାରୁ ବିଜେପି ନେତୃତ୍ୱ ତାଙ୍କ ଉପରେ ଭରସା କରି ଉତ୍ତରପ୍ରଦେଶ ଭଳି ଗୁରୁଦାୟିତ୍ୱ ନ୍ୟସ୍ତ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା ।

Baijayant Jay Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe