ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି ରଖାଯାଇଛି, ତାଙ୍କୁ କଣ୍ଢେଇ ଭଳି ଅନ୍ୟଜଣେ ନିୟନ୍ତ୍ରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏବେ ଯେଉଁଠି ବି ଦେଖାଯାଉଛନ୍ତି ସେଠାରେ ତାଙ୍କ ପାଖରେ ଜଣେ ହିଁ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କ କବଜାରେ ସେ ଅଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ବୋଲି ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ, ଏବେ ଯେଉଁ ଅଧିକାଂଶ ଭିଡିଓ ଆସୁଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୁହେଁ । ଏଆଇ ଟେକ୍ନୋଲୋଜିର ଉପଯୋଗ କରି ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇ ନବୀନଙ୍କ ଇମେଜରେ ଅନ୍ୟ କେହି କହୁଥିବା ଭଳି ଲାଗୁଛି ।