Advertisment

ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବୈଜୟନ୍ତ ପଣ୍ଡା, କହିଲେ- ସୁଯୋଗ ଦେଇଥିବାରୁ ଧନ୍ୟବାଦ

ଗତକାଲି ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Byjanta Panda

Byjanta Panda

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗତକାଲି ବିଜେପି ପକ୍ଷରୁ ଲୋକସଭା ନିର୍ବାଚନ ନିମନ୍ତେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥ ତାଲିକା ଘୋଷଣା କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ହୋଇଛି। ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।

Advertisment

ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ନିଜ ସୋଶାଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି  ବୈଜୟନ୍ତ ପଣ୍ଡା । ଏନେଇ ସେ ଉଲ୍ଲେଖ କରିଛନ୍ତି, ଗତ ୧୦ ବର୍ଷରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି, ତାସହ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିବାକୁ ଯାଉଛନ୍ତି ମୋଦି। କେନ୍ଦ୍ରାପଡ଼ା ଯେଉଁଠୁ ପୂର୍ବରୁ ଦୁଇ ଥର ନିର୍ବାଚିତ ହୋଇଥିଲେ ସେଠୁ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇଥିବାରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ସଭାପତି ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପିର ଭୁବନେଶ୍ୱରର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ତା’ସହ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକଙ୍କୁ ନତ ମସ୍ତକ ହୋଇ ଧନ୍ୟବାଦ ଜଣାଇଛନ୍ତି।

Advertisment

ଗତକାଲି ଘୋଷଣା ହୋଇଥିବା ପଞ୍ଚମ ଲୋକସଭା ପ୍ରାର୍ଥୀ ତାଲିକାରେ କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସିକାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଲେରାମ ମାଝୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଛନ୍ତି।

Bjp Byjanta Panda; Loka Sabha Election 2024