Advertisment

ଦିଲ୍ଲୀ ବିଜେପିର ରଣନୀତି, ସମସ୍ତଙ୍କ ପ୍ରାର୍ଥୀଙ୍କ ସହ ଆଲୋଚନା କଲେ ବୈଜୟନ୍ତ

ସାଂଗଠନିକ କାର୍ଯ୍ୟକ୍ରମ ଆଗକୁ ନେବା, ଦଳର ନୀତି ଆଦର୍ଶ ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଜନହିତକର ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ବିଶେଷ ଭାବେ ଚର୍ଚ୍ଚା ହୋଇଛି।

author-image
Manoranjan Sial
BJP

BJP

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦିଲ୍ଲୀ ବିଜେପିର ରଣନୀତି। ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ପ୍ରାର୍ଥୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଲୋଚନା କରିଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ।

Advertisment

ବୈଠକରେ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସାଂଗଠନିକ କାର୍ଯ୍ୟକ୍ରମ ଆଗକୁ ନେବା, ଦଳର ନୀତି ଆଦର୍ଶ ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଜନହିତକର ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ବିଶେଷ ଭାବେ ଚର୍ଚ୍ଚା ହୋଇଛି। ଏହି ଅବସରରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବଙ୍କ ସହ ଦଳର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Bjp Delhi Baijayanta Panda