Advertisment

ଉତ୍ତର ପ୍ରଦେଶର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ବୈଜୟନ୍ତ

ଉତ୍ତର ପ୍ରଦେଶ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି।

author-image
Jitendra Garnayak
Baijayant Jay Panda

Baijayant Jay Panda

ଉତ୍ତରାଖଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଆସାମ ଆଦି ରାଜ୍ୟ ପାଇଁ ଆଜି ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଉତ୍ତର ପ୍ରଦେଶ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ଏହି ୪୦ ଜଣଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଛନ୍ତି। ସେ ଏବେ ଉତ୍ତର ପ୍ରଦେଶ ପାଇଁ ଦଳ ପକ୍ଷରୁ ନିର୍ବାଚନ ପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତି।

Advertisment

ଏହି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ସ୍ମୃତି ଇରାନୀ,ପୀୟୂଷ ଗୋଏଲ ଓ ହେମା ମାଳିନୀ ପ୍ରମୁଖ ଅଛନ୍ତି।

ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ, ମେ’ ୭ରେ ତୃତୀୟ, ମେ’ ୧୩ରେ ଚତୁର୍ଥ, ମେ’ ୨୦ରେ ୫ମ, ମେ’ ୨୫ରେ ଷଷ୍ଠ ଓ ଜୁନ୍ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।

Advertisment

ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏଥର ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ତାଙ୍କ ମୁକାବିଲା ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହିତ ହେବ।

Bjp Loka Sabha Election 2024