Advertisment

ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ପ୍ରଭାରୀ

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ବିଭିନ୍ନ ଛାମୁଆ ସଂଗଠନ ପାଇଁ ପ୍ରଭାରୀ ନିଯୁକ୍ତି କରିଛି। ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ମହିଳା ମୋର୍ଚ୍ଚା ପ୍ରଭାରୀ ଓ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କୁ ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ଭାବେ ଅବସ୍ଥାପିତ କରାଯାଇଛି।

undefined

Baijayant Panda

ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଦଳର ସମସ୍ତ ୭ଟି ଛାମୁଆ ସଂଗଠନର ପ୍ରଭାରୀ ଭାବେ ବରିଷ୍ଠ ନେତାମାନଙ୍କୁ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା ନିଯୁକ୍ତି ଦେଇଛନ୍ତି। ଏହି ନେତାମାନେ ତତ୍କାଳ ପ୍ରଭାବରୁ ଦାୟିତ୍ୱ ତୁଲାଇବେ।

ଦଳର ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ମିଳିଥିବାବେଳେ ଯୁବମୋର୍ଚ୍ଚା ପ୍ରଭାରୀ ଭାବେ ସୁନୀଲ ବଂଶଲ, କିଷାନ ମୋର୍ଚ୍ଚା ପ୍ରଭାରୀ- ବଣ୍ଡି ସଞ୍ଜୟ କୁମାର, ଅନୁସୂଚିତ ଜାତି ମୋର୍ଚ୍ଚ ପ୍ରଭାରୀ-ତରୁଣ ଚୁଙ୍ଗ, ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରଭାରୀ-ଡଃ ରାଧାମୋହନ ଦାସ ଅଗ୍ରୱାଲ, ଓବିସି ମୋର୍ଚ୍ଚା ପ୍ରଭାରୀ-ବିନୋଦ ତାୱଡ଼େ ଓ ସଂଖ୍ୟାଲଘୁ ମୋର୍ଚ୍ଚା ପ୍ରଭାରୀ ଭାବେ ଦୁଷ୍ମନ୍ତ କୁମାର ଗୌତମଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି।

Advertisment
Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe