Advertisment

ବିଜେପି ସଦସ୍ୟତା ଅଭିଯାନରେ ସାମିଲ୍‌ ହେଲେ ବୈଜୟନ୍ତ

ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ୱରରୁ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ତାଙ୍କ ହେଲିକପ୍ଟର ତଳସରା ନିର୍ବାଚନମଣ୍ଡଳୀର କିଞ୍ଜିରକେଲା କଲେଜ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ଦଳୀୟ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଦିନିକିଆ ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ବିଜେପି ପକ୍ଷରୁ ଆୟୋଜିତ ସଦସ୍ୟତା ଅଭିଯାନରେ ସେ ସାମିଲ୍‌ ହୋଇଥିଲେ।

Advertisment

ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ୱରରୁ ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ତାଙ୍କ ହେଲିକପ୍ଟର ତଳସରା ନିର୍ବାଚନମଣ୍ଡଳୀର କିଞ୍ଜିରକେଲା କଲେଜ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ଦଳୀୟ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପରେ ଶ୍ରୀ ପଣ୍ଡା ବିଜେପି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ଏହି ଅବସରରେ ସେ ବହୁ ବ୍ୟକ୍ତିଙ୍କୁ ବିଜେପିର ସଦସ୍ୟ କରାଇଥିଲେ। ଏଥିସହ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଓ ସୁଭଦ୍ରା ଯୋଜନାର ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା କୁସୁମ ଟେଟେ, ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ନାଏକଙ୍କ ସହ ଦଳର ପ୍ରମୁଖ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ କାର୍ଯ୍ୟକ୍ରମ ପରେ ଶ୍ରୀ ପଣ୍ଡା ସମ୍ୱଲପୁର ଗସ୍ତରେ ଯାଇଥିଲେ। ଶ୍ରୀ ପଣ୍ଡାଙ୍କ ହେଲିକପ୍ଟର ଅଂଳାପାଲି ହେଲିପ୍ୟାଡ୍‌ରେ ଅବତରଣ କରିଥିଲା। ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଶ୍ରୀ ପଣ୍ଡା ବିଜେପି ସଦସ୍ୟତା ଅଭିଯାନ କର୍ମଶାଳାରେ ସାମିଲ ହୋଇଥିଲେ। ସର୍ଲାକାନୀରେ ହୋଇଥିବା ଏହି କର୍ମଶାଳାରେ ବହୁ ବ୍ୟକ୍ତିଙ୍କୁ ବିଜେପିର ସହସ୍ୟତା ଅଭିଯାନରେ ଯୋଡିଥିଲେ ଶ୍ରୀ ପଣ୍ଡା। ଏହି ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଦଳୀୟ ନେତା ଉପସ୍ଥିତ ଥିଲେ।

Advertisment

ବିଜେପି ସଦସ୍ୟତା ଅଭିଯାନରେ ସାମିଲ୍‌ ହୋଇ ବୈଜୟନ୍ତ ପଣ୍ଡା କହିଛନ୍ତି, ଆଜି ପୁଣି ଥରେ ମାମୁ ଘରକୁ ଆସିଥିବାରୁ ବହୁତ ଖୁସି ଲାଗୁଛି। ଏଠାରେ ସ୍ଥାନୀୟ ନେତାମାନେ ଅଛନ୍ତି। ପୂରା ଭାରତ ବର୍ଷରେ ଆମର ସଦସ୍ୟତା ଅଭିଯାନ ଚାଲିଛି। ଦୁଇରୁ ତିନି ଦିନ ତଳେ ଆମେ ୯ କୋଟି ଅତିକ୍ରମ କରିଥିଲୁ। ଆଜି ବୋଧହୁଏ ୧୦ କୋଟି ହୋଇଯିବ। ନିଶ୍ଚିତ ଭାବେ ଆମେ ୧୧ କୋଟି ଟପିବୁ। ପୁଣି ଥରେ ପୃଥିବୀରେ ଆମେ ସବୁଠାରୁ ବଡ଼ ରାଜନୈତିକ ଦଳ ହେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଗକୁ ବଢୁଛି। ଯେଉଁଠିକି ଗଲେ ଲୋକମାନେ ଉତ୍ସାହର ସହ ଆସି ଯୋଡି ହେଉଛନ୍ତି। ଆମକୁ ତାଙ୍କୁ ବେଶୀ କିଛି ବୁଝାଇବାକୁ ପଡ଼ୁନାହିଁ। ବିଜେପି ସଦସ୍ୟତା ପାଇଁ ଖାଲି ଆମେ ସହଯୋଗ କରୁଛୁ। ଆଜିର କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଏଠାରେ ଏକତ୍ର ହୋଇଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Bjp Sambalpur Baijayanta Panda Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe