Advertisment

ବୈଜୟନ୍ତ, ମାଳବିକା ଆଗୁଆ, ଟୁକୁନି ସାହୁ ପଛୁଆ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

author-image
Niharika Rout
Baijayant  Panda

Baijayant Panda

ଚାଲିଛି ଭୋଟ ଗଣତି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ବଲାଙ୍ଗିର ଲୋକସଭା ଆସନରେ ସଙ୍ଗୀତା ସିଂଦେଓ ଓ କଳାହାଣ୍ଡି ଲୋକସଭା ଆସନରେ ମାଳବିକା ଦେଓ ଆଗରେ ଅଛନ୍ତି। କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗରେ ଅଛନ୍ତି।

Advertisment

କନ୍ଧମାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁକାନ୍ତ ସାହୁ ଆଗୁଆ ଅଛନ୍ତି। ଏହି ଆସନରୁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ପଛରେ ରହି ଯାଇଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗୁଆ ଅଛନ୍ତି। 

ଟିଟିଲାଗଡ଼ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନବୀନ ଜୈନ ଆଗୁଆ ଥିବା ବେଳେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ପଛରେ ଅଛନ୍ତି। ବ୍ରହ୍ମଗିରି ଆସନରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର ଆଗରେ ଥିବା ବେଳେ ବିଜେଡି ପ୍ରାର୍ଥୀ ଆଗରେ ଅଛନ୍ତି।

Advertisment

ରାଉରକେଲାରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ସାରଦା ନାୟକ ପଛରେ ପଡ଼ିଛନ୍ତି। ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଆଗୁଆ ଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ପଛରେ ପଡ଼ି ଯାଇଛନ୍ତି।

Election Results 2024 General Election Odisha Assembly Election 2024