Advertisment

ସଫଳ ବାତ୍ୟା ମୁକାବିଲା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

‘ଦାନା’ର ସଫଳ ମୁକାବିଲା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। କହିଲେ ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ବାତ୍ୟା ‘ଦାନା’ର ସଫଳ ମୁକାବିଲା ନେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସଂଗଠିତ ଉଦ୍ୟମରୁ ଜିରୋ କାଜୁଆଲିଟି ଏକ ମାଇଲଖୁଣ୍ଟ ବୋଲି ସେ ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ଉଦାହରଣ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ବୈଜୟନ୍ତ।

Advertisment

ଏଭଳି ପ୍ରତିକୂଳ ପରିସ୍ଥିତିରେ ଏନଡିଆରଏଫ୍, ଓଡ୍ରାଫ୍, ଜିଲ୍ଲା ପ୍ରଶାସନ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅହରହ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ। ବୈଜୟନ୍ତ ନିଜ ପୋଷ୍ଟରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବାତ୍ୟାର ସଫଳ ମୁକାବିଲା ପ୍ରଣିଧାନଯୋଗ୍ୟ। ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦରୁ ଏସବୁ ସମ୍ଭବ ହୋଇପାରିଛି। ପ୍ରାକୃତିକ ବିପର୍ଯ୍ୟୟର ସଠିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ।

ପ୍ରକାଶଥାଉ, ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଗତକାଲି (ଗୁରୁବାର) ମଧ୍ୟରାତ୍ରିରେ ଭିତରକନିକାର ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଲ୍ୟାଣ୍ଡଫଲ କରିଥିଲା। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସକାଳେ ଶେଷ ହୋଇଥିଲା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତାମୂଳକ ପଦକ୍ଷେପ କାରଣରୁ ଏଥିରେ କୌଣସି ବି ସ୍ଥାନରେ କେହି ମୃତାହତ ହୋଇନାହାନ୍ତି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଏଥିରେ ଅଭୂତପୂର୍ବ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସମସ୍ତ ଜିଲ୍ଲା ପ୍ରଶାସନ ଓ ଗଣମମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

Advertisment
Bjp Weather Report Baijayanta Panda Cyclone Dana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe