Advertisment

ମହାକାଳପଡ଼ାରେ ପ୍ରଚାର କଲେ ବୈଜୟନ୍ତ ପଣ୍ଡା

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ପ୍ରଚଣ୍ଡ ଜନମତ ରହିଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହିତ କେନ୍ଦ୍ରାପଡ଼ାକୁ ଶିଳ୍ପ ଆଣିବା ମୋର ସ୍ୱପ୍ନ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

author-image
Biswajit Samal
ଅଦ୍ୟତନ ହୋଇଛି
Baijayant Panda

Baijayant Panda

କେନ୍ଦ୍ରାପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କର ଜୋର ଧରିଲା ପ୍ରଚାର ପର୍ବ। ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ବୈଜୟନ୍ତ।

Advertisment

ପ୍ରଥମେ ରାମନଗର ପହଞ୍ଚିବା ପରେ ଦଳୀୟକର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ଦରିଆ-ରାମଚଣ୍ଡୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ମାଆଙ୍କ ଆଶିଷ ଲୋଡ଼ିଥିଲେ ବୈଜୟନ୍ତ। ଏହି ଅବସରରେ ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ।

ପରେ ଛପାଲୀ ଠାରେ ଅନୁଷ୍ଠିତ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ ବୈଜୟନ୍ତ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ପ୍ରଚଣ୍ଡ ଜନମତ ରହିଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହିତ କେନ୍ଦ୍ରାପଡ଼ାକୁ ଶିଳ୍ପ ଆଣିବା ମୋର ସ୍ୱପ୍ନ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

Advertisment
Bjp