Advertisment

ବିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି। ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ ଓ ପୀୟୂଷ ଗୋୟଲ ପ୍ରମୁଖ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ଏହି କମିଟିରେ […]

ଅଦ୍ୟତନ ହୋଇଛି
୨୯ରେ ଭୁବନେଶ୍ୱର ଆସିବେ ଜେପି ନଡ୍ଡା, ୩୦ରେ ଯିବେ ଧାମନଗର

jp-nadda

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୮୦ ଜଣଙ୍କ ନାଁ ରହିଛି।

Advertisment

ଏହି କମିଟିରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ ଓ ପୀୟୂଷ ଗୋୟଲ ପ୍ରମୁଖ ସ୍ଥାନ ପାଇଛନ୍ତି।

ଓଡ଼ିଶାରୁ ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସ୍ଥାନ ପାଇଛନ୍ତି।

Advertisment

https://twitter.com/BJP4India/status/1446018157475340291?s=20

ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାଂସଦ ବସନ୍ତ ପଣ୍ଡା ସାମିଲ ହୋଇଥିବା ବେଳେ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ସମୀର ମହାନ୍ତି, ପ୍ରଦୀପ୍ତ ନାଏକ ଓ ମାନସ ମହାନ୍ତି ଅଛନ୍ତି।

୮୦ ଜଣ ନିୟମିତ ସଦସ୍ୟଙ୍କ ଜାତୀୟ କାର୍ଯ୍ୟକାରିଣୀରେ ୫୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ୧୭୯ ଜଣ ସ୍ଥାୟୀ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe