Advertisment

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଜୟ ଶୋଭାଯାତ୍ରା

ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ହୋଇଛି।

Baijayant Panda

Baijayant Panda

Advertisment

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତିବା ପରେ ବୈଜୟନ୍ତ ପଣ୍ଡା ବିଜୟ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରର ଦୁହୁରିଆ ଠାରୁ ବାହାରି ୨୦ କିଲୋମିଟର ପଥ ଅତିକ୍ରମ କରି ବଳଦେବଜୀଉଙ୍କ ମନ୍ଦିର ଇଚ୍ଛାପୁର ଠାରେ ଶେଷ ହେବ। ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ହୋଇଛି। ସେ ୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇଛନ୍ତି।

Advertisment

ନବ ନିର୍ବାଚିତ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ଦୁହୂରିଆ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜେପି କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ଼ରେ ପ୍ରକମ୍ପିତ ହୋଇଛି କେନ୍ଦ୍ରାପଡ଼ା ସହର। ଏହା ପରେ ସେ ଏକ ବିଶାଳ ପଟୁଆରେ ଦଳୀୟ କାର୍ଯ୍ୟାଳୟରୁ ବାହାରି କେନ୍ଦ୍ରାପଡ଼ା ସହର ଲ କଲେଜଛକ, ତିନିମୁହାଣୀ, କଜଳା, ମହୀପାଳ, ବଣିଆମାଳ, ନୁଆବସଷ୍ଟାଣ୍ଡ, କାକଟ, ବଡ଼ହାଟ, ପୁରୁଣା ମଟର ଷ୍ଟାଣ୍ଡ, ମଢିଆଳ, ବଳଗଣ୍ଡି, ମଧାପୂର୍, ସନ୍ତସାହି, କେସପୁର ବଜାର, ସାନମଙ୍ଗଳା, ପରିକ୍ରମା କରି କେନ୍ଦ୍ରାପଡ଼ାର ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe