କେନ୍ଦ୍ର ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ବୈଜୟନ୍ତଙ୍କ ସମେତ ଲୋକସଭାରୁ ୧୪ ଜଣ ଏବଂ ରାଜ୍ୟସଭାରୁ ୮ ଜଣ ସଦସ୍ୟ ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଛନ୍ତି। ଏଥିସହ କମିଟିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘାୱଲ ଓ ଏଲ୍. ମୁରୁଗାନ ଏକ୍ସ ଅଫିସିଓ ମେମ୍ବର ଭାବେ ରହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହି କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Also Read
ଲୋକସଭାରୁ ଏହି କମିଟିରେ ସାଂସଦ ବୈଜୟନ୍ତଙ୍କ ସମେତ କୁମାରୀ ସେଲଜା ଓ ମାଳବିକା ଦେବୀ ପ୍ରମୁଖ ସଦସ୍ୟ ରହିଛନ୍ତି। ସେହିପରି ରାଜ୍ୟସଭାରୁ ପି. ଚିଦାମ୍ବରମ, ଶମ୍ଭୁ ଶରଣ ପଟେଲ, ୱାଇ ଭେଙ୍କଟ ସୁବା ରେଡ୍ଡୀ ଓ ଅଶୋକ କୁମାର ମିତ୍ତଲ ପ୍ରମୁଖ ସଦସ୍ୟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
୩୭ଟି ବଦଳି ନିର୍ଦ୍ଦେଶ ହୋଇନି କାର୍ଯ୍ୟକାରୀ: ମାନୁନାହାନ୍ତି ଅଫିସର, କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ସରକାର
ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ବଦଳି ନିର୍ଦ୍ଦେଶ ଆଧାରରେ ଓଏଏସ୍ ଅଫିସରମାନଙ୍କୁ ରିଲିଭ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Politics
ବିକଶିତ ଗାଁ ବିକଶିତ ଓଡ଼ିଶା ଗାଇଡଲାଇନ୍: ପ୍ରକଳ୍ପ ବାଛିବ ଗ୍ରାମସଭା, ଠିକାଦାରୀ କରିବେ କିଏ ତାକୁ ନେଇ ସସପେନ୍ସ
ଗତ ଜାନୁୟାରୀ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ପ୍ରତିବର୍ଷ ହଜାରେ କୋଟି ଟଙ୍କା ବ୍ୟୟବରାଦ ସହ ୫ବର୍ଷ ନିମନ୍ତେ ‘ବିକଶିତ ଗାଁ ,ବିକଶିତ ଓଡ଼ିଶା’ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ ।
Politics
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା: ୯ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି ୫୦%ରୁ ଊର୍ଦ୍ଧ୍ୱ ପ୍ରକଳ୍ପ
ବିଗତ ବିଜେଡି ସରକାରର ପ୍ରଚାରସର୍ବସ୍ୱ ନୀତି ହେଉ ଅବା ଆଶାନୁରୂପ ଇକୋସିଷ୍ଟମ ବିକଶିତ କରିବାର ବିଫଳତା ଅବା ଅନ୍ୟ କୌଣସି କାରଣରୁ ରାଜ୍ୟରେ ଶିଳ୍ପାୟନକୁ ଆଖିଦୃଶିଆ ସଫଳତା ମିଳିପାରି ନାହିଁ । ଯେଉଁଥିପାଇଁ ପ୍ରାକୃତିକ ସମ୍ପଦଭରା ଓଡ଼ିଶା ନିଜର ଶିଳ୍ପାୟନ ମାଧ୍ୟମରେ ବିକାଶର ଶିଖରକୁ ଛୁଇଁବା ମଧ୍ୟ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି ।
Politics
‘ଉତ୍କର୍ଷ ଓଡ଼ିଶା’ ଉଦଘାଟିତ୍: ନିବେଶକଙ୍କ ପାଖରେ ମୋଦି ସାଜିଲେ ଗ୍ୟାରେଣ୍ଟର, କହିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି ବି କହିଛନ୍ତି ତାଙ୍କ ଡିଏନଏରେ ଅଛି ଓଡ଼ିଶା
ପୂର୍ବ ଭାରତକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ ଭାବେ ଅଭିହିତ କରି ମୋଦି କହିଛନ୍ତି ଯେ ଏଥିରେ ଓଡ଼ିଶାର ଏକ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ଅଛି, ପୂର୍ବ ଏସିଆରେ ହେଉଥିବା ବାଣିଜ୍ୟ କାରବାର ମୁଖ୍ୟ ସ୍ଥଳୀ ଓଡ଼ିଶା ଥିଲା । ଓଡ଼ିଶାର ପୁରୁଣା ବନ୍ଦର ଏକପ୍ରକାର ଭାରତର ଦ୍ୱାର ହେଉଥିଲା ।
Politics
କାହିଁକି କଂଗ୍ରେସ ପାଇଁ କାଳ ସାଜିବେ ଟିଏମସିର ଶତ୍ରୁଘ୍ନ ସିହ୍ନା?
ଦିଲ୍ଲୀ ବିଧାନସଭା ନିର୍ବାଚନ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକୁ ଛନଛତ୍ର କରି ଦେଇଛି।