କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ ପଣ୍ଡା

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ସମେତ ଲୋକସଭାରୁ ୧୪ ଜଣ ଏବଂ ରାଜ୍ୟସଭାରୁ ୮ ଜଣ ସଦସ୍ୟ ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଛନ୍ତି।

ସାଂସଦ ବୈଜୟନ୍ତ ପଣ୍ଡା

  • Published: Sunday, 27 October 2024
  • , Updated: 27 October 2024, 08:38 PM IST

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ବୈଜୟନ୍ତଙ୍କ ସମେତ ଲୋକସଭାରୁ ୧୪ ଜଣ ଏବଂ ରାଜ୍ୟସଭାରୁ ୮ ଜଣ ସଦସ୍ୟ ଅର୍ଥ ମନ୍ତ୍ରାଳୟର କନସଲଟେଟିଭ୍ କମିଟିରେ ସ୍ଥାନ ପାଇଛନ୍ତି। ଏଥିସହ କମିଟିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘାୱଲ ଓ ଏଲ୍. ମୁରୁଗାନ ଏକ୍ସ ଅଫିସିଓ ମେମ୍ବର ଭାବେ ରହିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହି କମିଟି ଗଠନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଲୋକସଭାରୁ ଏହି କମିଟିରେ ସାଂସଦ ବୈଜୟନ୍ତଙ୍କ ସମେତ କୁମାରୀ ସେଲଜା ଓ ମାଳବିକା ଦେବୀ ପ୍ରମୁଖ ସଦସ୍ୟ ରହିଛନ୍ତି। ସେହିପରି ରାଜ୍ୟସଭାରୁ ପି. ଚିଦାମ୍ବରମ, ଶମ୍ଭୁ ଶରଣ ପଟେଲ, ୱାଇ ଭେଙ୍କଟ ସୁବା ରେଡ୍ଡୀ ଓ ଅଶୋକ କୁମାର ମିତ୍ତଲ ପ୍ରମୁଖ ସଦସ୍ୟ ହୋଇଛନ୍ତି।

Related story