‘ନବୀନ ବନ୍ଦୀ, ତାଙ୍କୁ କବଜା କରି ରଖାଯାଇଛି, ଉଦ୍ଧାର ହେବା ଦରକାର’

‘ନବୀନ ବାବୁଙ୍କର ଯେଉଁ ସବୁ ଭିଡିଓ ବାହାରୁଛି, ତାହା ଡିଫ ଫେକ୍‌ ଭିଡିଓ । AI ଟେକନୋଲଜିକୁ ବ୍ୟବହାର କରି ଏପରି ଭିଡିଓ ପ୍ରସ୍ତୁତ କରାଯାଉଛି।’

Baijayant Panda

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Ordigital Desk
  • Published: Monday, 13 May 2024
  • Updated: 13 May 2024, 02:54 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଦୀ କରି ରଖାଯାଇଛି, ତାଙ୍କୁ କଣ୍ଢେଇ ଭଳି ଅନ୍ୟଜଣେ ନିୟନ୍ତ୍ରଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏବେ ଯେଉଁଠି ବି ଦେଖାଯାଉଛନ୍ତି ସେଠାରେ ତାଙ୍କ ପାଖରେ ଜଣେ ହିଁ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କ କବଜାରେ ସେ ଅଛନ୍ତି । ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ବୋଲି ବିଜେପି ରାଜ୍ୟବାସୀଙ୍କୁ ଅପିଲ୍ କରିଛି ।

ଏହାସହିତ ଦଳ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପରେ କିଭଳି ୪୨୦୦କୋଟି ଟଙ୍କା ଖର୍ଚ୍ଚ ହେଲା ଓ ଏହାର ଡିପିଆର ଦକ୍ଷିଣ ଭାରତୀୟ ଅନଭିଜ୍ଞ କମ୍ପାନୀ ଭୂମିପୁତ୍ରକୁ କାହିଁକି ଦିଆଗଲା, ହଜାର ହଜାର ବର୍ଷର ମଠକୁ ଭାଙ୍ଗି ଓଡ଼ିଆ ଅସ୍ମିତା ଓ ପରମ୍ପରାକୁ ଧୂଳିସାତ କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର କାହିଁକି କରାଗଲା, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା, ସାଂସଦ ସସ୍ମିତ ପାତ୍ରଙ୍କ ପିତାଙ୍କ ସନ୍ଦେହଜନକ ଭୂମିକାକୁ ଉଜାଗର, ଚେନ୍ନାଇ କମ୍ପାନୀକୁ ଓଡ଼ିଶାଠୁ କମ୍ ଦରରେ ବିଦ୍ୟୁତ ବିକ୍ରି, ୨୫ବର୍ଷ ଶାସନରେ ଓଡ଼ିଶାରେ ପିଇବା ପାଣି ଓ ଜଳସେଚନର ଘୋର ଅଭାବ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପର୍ଯ୍ୟସ୍ତ ସ୍ଥିତି, ଏକ ତୃତୀୟାଂଶ ଲୋକ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବା, ମହିଳାଙ୍କ ଚିନ୍ତାଜନକ ସ୍ଥିତି ଆଦିର ତଥ୍ୟ ଦେଇ ବିଜେଡି ସରକାରକୁ ଘେରିଛି ।

ଆଜି ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଓଡ଼ିଶାର ସମ୍ପତ୍ତି ଓ ଅସ୍ମିତାକୁ ଲୁଟ୍ କରିବା ପାଇଁ କିଭଳି ଷଡ଼ଯନ୍ତ୍ର ହୋଇଛି ତା’ର ବିସ୍ତୃତ ଖୁଲାସା କରିଛନ୍ତି । ଏହାସହିତ ଓଡ଼ିଶାକୁ ଏକନମ୍ବର ରାଜ୍ୟ ଭାବେ ବିକଶିତ କରିବା ପାଇଁ ବିଜେପିର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି ।

Also Read

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଭୋଟ୍ ଦେଇ ଯାହାଙ୍କୁ ନିର୍ବାଚିତ କରି ଯାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ତାଙ୍କୁ ଏବେ ବନ୍ଦୀ କରାଯାଇଛି । କଣ୍ଢେଇ ଭଳି ତାଙ୍କୁ ଅନ୍ୟଜଣେ କଣ୍ଟ୍ରୋଲ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଠି ବି ଦେଖିବାକୁ ମିଳୁଛି ସେଠାରେ ତାଙ୍କ ସହ ସମ୍ପୃକ୍ତ ବ୍ୟକ୍ତି ହିଁ ଦେଖିବାକୁ ମିଳୁଛନ୍ତି । ଜଣେ ବ୍ୟକ୍ତି ତାଙ୍କ ପାଖରେ ରହି ତାଙ୍କୁ ସମ୍ପୂର୍ଣ୍ଣ ଭାବେ କବଜା କରି ରଖିଛନ୍ତି । ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ । ବ୍ୟକ୍ତିଗତସ୍ତରରେ ବିଜୁବାବୁଙ୍କ ପରିବାର ସହ ତାଙ୍କ ପରିବାରର ସମ୍ପର୍କ ଥିବାରୁ ଏହା ତାଙ୍କୁ ବି କଷ୍ଟ ଓ ଦୁଃଖ ଦେଉଛି ।

୨୦୧୮ ମସିହା ପୂର୍ବରୁ ମୁଖ୍ୟମନ୍ତ୍ରୀ କିଭଳି ଦିଶୁଥିଲେ ଓ ଏବେ କିଭଳି ଦିଶୁଛନ୍ତି ତାହା ଦେଖିଲେ ଯେକେହି ଜାଣିପାରିବେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ ସେହି ବ୍ୟକ୍ତିଜଣକ ସମ୍ପୂର୍ଣ୍ଣ କବଜା କରିବା ପରେ ହିଁ ରାଜ୍ୟରେ ଓଡ଼ିଆ ଅସ୍ମିତା ଓ ପରମ୍ପରା ଉପରେ ବାରମ୍ବାର ଆଘାତ କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିବା ଓ ଓଡ଼ିଆ ଅସ୍ମିତାକୁ ବିଭିନ୍ନ ପ୍ରକାରର ଆଘାତ ଦେବା କାର୍ଯ୍ୟ ହେଉଛି । ନିକଟରେ ସମ୍ପୃକ୍ତ ବ୍ୟକ୍ତି ଓଡ଼ିଆ ଭାଷା ବନାମ ସଂସ୍କୃତ ଭାଷାର ତୁଳନା କରି ନିଜର ଅଣଓଡ଼ିଆ ଚିନ୍ତାଧାରାର ପ୍ରମାଣ ଦେଇସାରିଛନ୍ତି ।

ଶ୍ରୀ ପଣ୍ଡା ଆହୁରି ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ଏବେ ଯେଉଁ ଅଧିକାଂଶ ଭିଡିଓ ଆସୁଛି ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନୁହେଁ ।ଏଆଇ ଟେକ୍ନୋଲୋଜିର ଉପଯୋଗ କରି ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇ ନବୀନଙ୍କ ଇମେଜରେ ଅନ୍ୟ କେହି କହୁଥିବା ଭଳି ଲାଗୁଛି । ନବୀନ ମଂଚରେ ଦେଉଥିବା ଭାଷଣ ଓ ଭିଡିଓରେ ରହୁଥିବା ଭାଷଣକୁ ଦେଖିଲେ ସହଜରେ ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ବାସ୍ତବ ଭିଡିଓ ଓ ଡିପ୍ ଫେକ୍ ଭିଡିଓ ଭିତରେ ଆକାଶପାତାଳ ଫରକ ରହୁଛି । ମାଇକ୍ରୋଫୋନ୍ ଧରୁଥିବା ବ୍ୟକ୍ତି ଯିଏ କବଜାରେ ରଖିଛନ୍ତି ତାଙ୍କ ଦ୍ୱାରା ଏଭଳି ଭିଡିଓ ପ୍ରସ୍ତୁତ ହେଉଥାଇପାରେ ।

ଗଣମାଧ୍ୟମର କର୍ତ୍ତବ୍ୟ ରହିଛି ମୁଖ୍ୟମନ୍ତ୍ରୀଙ୍କୁ ଏସବୁ ପଚାରିବାର । ସେ ସତରେ ଭିଡିଓ କରୁଛନ୍ତି ନା ନାହିଁ । ଏହା ଚିନ୍ତାଜନକ ବିଷୟ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସ୍ଥିତି ଲକ୍ଷଲକ୍ଷ ଓଡ଼ିଆଙ୍କୁ ଦୁଃଖ ଦେଇଛି । ବ୍ୟକ୍ତିଗତସ୍ତରରେ ତାଙ୍କୁ ଦୁଃଖିତ କରିଛି ବୋଲି ଶ୍ରୀ ପଣ୍ଡା କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରାଯିବା ଦରକାର ଓ ସତକୁ ସମସ୍ତଙ୍କ ପାଖରେ ପହଂଚାଇବାକୁ ସେ ଆହ୍ୱାନ ଦେଇଛନ୍ତି ।

ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ନିଜର ଡିପ୍ ଫେକ୍ ଭିଡିଓ ସମ୍ପର୍କରେ ଜଣାଅଛି କି ନାହିଁ । ତାଙ୍କୁ କବଜାରେ ରଖିଥିବା ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀଙ୍କ ଇମେଜ୍ ଓ ସ୍ୱର ଲଗାଇ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରି ଛାଡ଼ୁଛନ୍ତି । ମୋତେ ତ ଖାଲି ଆଖିରେ ଏସବୁ ଦେଖାଯାଉଛି ।

ମୁଖ୍ୟମନ୍ତ୍ରୀ ମଂଚରେ ହେଉ ଅବା ହେଲିକପ୍ଟରରେ ବୁଲିବାର ଯେଉଁ ଭିଡିଓ ଏବଂ ଡିପ୍ ଫେକ୍ ଭିଡିଓ ମଧ୍ୟରେ ଆକାଶପାତାଳ ଫରକ ରହିଛି । ନିଶ୍ଚିତ ଭାବେ ଏହି ଡିପ୍ ଫେକ୍ ଭିଡିଓର ଅନୁସନ୍ଧାନ କରାଯାଉଛି । ଟେକ୍ନିକାଲ ରିପୋର୍ଟ ଆସିଲେ ଯାହା କିଛି ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story