‘ଓଡ଼ିଶା ବହୁତ ଆଗକୁ ଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରିନି’

ବୈଜୟନ୍ତ କହିଛନ୍ତି, ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ଓ ବିଜେଡି ଶାସନର ଅନ୍ତ ହେବ । ଓଡ଼ିଶାରେ ଓଡ଼ିଆଙ୍କ ଦ୍ୱାରା ସୁଶାସନ ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।

Baijayant Panda

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ।

Niharika Rout
  • Published: Tuesday, 07 May 2024
  • Updated: 07 May 2024, 12:33 PM IST

Sports

Latest News

ପ୍ରଗତିରେ ପଛରେ ପଡ଼ିଛି ଓଡ଼ିଶା। ପୃଥିବୀ ସାରା ବିଭିନ୍ନ ଦେଶ ଭାରତର ସାହାଯ୍ୟ ଲୋଡୁଛନ୍ତି, ହେଲେ ଭାରତର ପ୍ରଗତି ସତ୍ତ୍ୱେ ଓଡ଼ିଶା ବେଶ୍ ପଛରେ ପଡ଼ିଯାଇଛି। ଓଡ଼ିଶା ବହୁତ ଆଗକୁ ଯାଇପାରିଥା’ନ୍ତା, କିନ୍ତୁ ତାହା ହୋଇପାରିନି। ଏଥର ରାଜ୍ୟ ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଛି ତା’ଦ୍ୱାରା ଓଡ଼ିଶାର ବିକାଶ ନିଶ୍ଚିତ ବୋଲି ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ବୈଜୟନ୍ତ କହିଛନ୍ତି, ଖୁବ୍‌ ଶୀଘ୍ର ବିଜେଡି ସରକାର ଏକ୍ସପାରୀ ହେବ। ଏହାପରେ ଜୁନ୍ ୧୦ ତାରିଖରେ ମୋଦି ମଡେଲ ସରକାର ଓଡ଼ିଶାର ଶାସନ ଭାର ସମ୍ଭାଳିବ। ସେବେଠୁ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ ଓ ବିଜେଡି ଶାସନର ଅନ୍ତ ହେବ । ଓଡ଼ିଶାରେ ଓଡ଼ିଆଙ୍କ ଦ୍ୱାରା ସୁଶାସନ ନେଇ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି ।

ବିଜେପି ସଂକଳ୍ପ ପତ୍ରର ୫ଟି ମୁଖ୍ୟ ବିନ୍ଦୁର ଅବତାରଣା କରି ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି, ଏଠିକା ଶାସକ ଦଳ ୧୭ ବର୍ଷ ତଳେ ୩୩% ଜଳସେଚନ କଥା କହିଥିଲେ, ହେଲେ ତାହା ଏଯାଏଁ ହେଲାନି। ବିଜେପି ସରକାର ଆସିଲେ, ୨୦୨୯ ସୁଦ୍ଧା ୩ ଗୁଣା ଅଧିକ ଜମିକୁ ଜଳସେଚନ କରାଯିବ ଓ ୩୧ଶହ ଟଙ୍କାରେ ଧାନ କିଣାଯିବ। ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ପ୍ରାପ୍ୟ ପ୍ରଦାନ ସହ ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କା ସହାୟତା ମିଳିବ।

Also Read

ଓଡ଼ିଶା ଧନୀ, କିନ୍ତୁ ଏହାର ଜନସାଧାରଣ ଗରିବ । ନିଜ ଅଞ୍ଚଳରେ କାମ ନ ପାଇ ଦେଶର ବିଭିନ୍ନ ଅଞ୍ଚଳକୁ ତଥା ଦେଶ ବାହାରକୁ ଦାଦନ ଖଟିବାକୁ ଯାଇ ବହୁ ହଇରାଣ ହେଉଛନ୍ତି। ଏବେବି ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଥିବା ବେଳେ ନିଯୁକ୍ତି ଦିଆଯାଉନି ।  ବିଜେପି ସରକାର ଆସିଲେ, ପ୍ରଥମ ୨ ବର୍ଷରେ ୬୫ ହଜାର ସହ ଆଗାମୀ ଦିନରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତିରେ ଓବିସି ଏବଂ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ମିଳିବ ବୋଲି କହିଛନ୍ତି ବୈଜୟନ୍ତ ।

ସେ କହିଛନ୍ତି, ଓଡ଼ିଶାରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ, ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ। ସମ୍ବଲପୁର, ରାଉରକେଲା, ଧାମରା ଓ ପାରାଦୀପକୁ ନେଇ ଶିଳ୍ପ କରିଡର ହେବ।

‘୨ ଜଣ ହେଲିକପ୍ଟରରେ ବୁଲିଲେ ସରକାର ହେବନି’

ବିଜେଡିକୁ ସିଧାସଳଖ ଟାର୍ଗେଟ କରି ବୈଜୟନ୍ତ କହିଛନ୍ତି, ୨ ଜଣ ହେଲିକପ୍ଟରରେ ବୁଲିଲେ ସରକାର ହେବନି। ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି। ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି। ସରକାର କରିବା ପାଇଁ ୧୪୭ ଜଣ ସମର୍ଥନ ଦରକାର । ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି । ସାରା ଓଡ଼ିଶାବାସୀଙ୍କୁ ସରକାର ଗଠନ ନେଇ ମୋଦି ନମ୍ର ନିମନ୍ତ୍ରଣ କରିଛନ୍ତି ।

‘ଭୟରେ ଅପପ୍ରଚାର କରୁଛି ବିଜେଡି’

ସେ କହିଛନ୍ତି, ହାତରୁ ଶାସନ କ୍ଷମତା ଚାଲିଯିବା ଜାଣିବା ପରେ ଭୟରେ ଅପପ୍ରଚାର କରୁଛି ବିଜେଡି। ଏପରିକି ରାଜ୍ୟରୁ ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ଶାସକ ଦଳ ଅପପ୍ରଚାର କରୁଥିଲେ। କୌଣସି କେନ୍ଦ୍ର ଯୋଜନା କେନ୍ଦ୍ର ସରକାର କେବେ ବନ୍ଦ କରିବେନାହିଁ। ଲୋକ ଜାଣିଗଲେଣି ଆବାସ, ରାସନ ସବୁ କେନ୍ଦ୍ର ସରକାର ଦେଉଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟାମ୍ପ ମାରି ଛାଡୁଛନ୍ତି। ଲୋକ ସବୁ କିଛି ଜାଣିଗଲା ପରେ ଶାସକ ଦଳ ଭୟଭୀତ ହୋଇପଡ଼ିଛି। ପରାଜୟ ଭୟରେ ସେମାନେ ଏମିତି ଅପପ୍ରଚାର କରୁଛନ୍ତି। କୌଣସି ଯୋଜନା ବନ୍ଦ ହେବନି।

‘ବିଜେପି ଆସିଲେ ଲାଗୁ ହେବ ଆୟୁଷ୍ମାନ ଯୋଜନା’

ଆୟୁଷ୍ମାନ ଭାରତ ସମଗ୍ର ବିଶ୍ୱରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା। ମାତ୍ର ବିଜେଡି ସରକାର ଏଠାରେ ଏହାକୁ ଲାଗୁ କରାଇ ଦେଉ ନାହାନ୍ତି। ବିଜେପି ସରକାର ଆସିଲେ କିନ୍ତୁ ତୁରନ୍ତ ଏହାକୁ ଲାଗୁ କରାଯିବ ।

‘କେନ୍ଦ୍ରାପଡ଼ାରେ ଚାଲିଛି ମୋଦି ଲହର’

କେନ୍ଦ୍ରାପଡ଼ାରେ ବିଜେପି ବହୁମତ ପାଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, ସାରା ଓଡ଼ିଶାରେ ମୋଦି ଲହର ଚାଲିଛି, କେନ୍ଦ୍ରାପଡ଼ାରେ ପ୍ରବଳ ଚାଲିଛି । ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି। ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ନିଶ୍ଚିତ ଜିତି ମୋଦିଙ୍କ ୪ଶହ ପାର୍ ନାରାର ଅଂଶବିଶେଷ ହେବୁ। ସମସ୍ତ ୭ ବିଧାନସଭାରେ ବହୁମତ ପାଇ ଓଡ଼ିଶା ସୁଶାସନରେ ସାମିଲ ହେବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story