ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଲକ୍ଷ୍ନୌରେ ଭବ୍ୟ ସ୍ୱାଗତ କରାଯାଇଛି।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ପ୍ରଦେଶ ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀଙ୍କ ସମେତ ଦଳର ବରିଷ୍ଠ ମନ୍ତ୍ରୀ ଓ ନେତା ବୈଜୟନ୍ତ ପଣ୍ଡାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିବା ଜଣାଯାଇଛି।
ଉତ୍ତରପ୍ରଦେଶ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ରହିବେ।
ନିଜର ନିଆରା କର୍ମଶୈଳୀ ଓ ଶ୍ରେଷ୍ଠତା ପ୍ରଦର୍ଶନ କରି ଖୁବ କମଦିନ ମଧ୍ୟରେ ବିଜେପି ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇଛନ୍ତି ବରିଷ୍ଠ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତଙ୍କୁ ଗତ ମାସ ୩ତାରିଖରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିବା ବିଜେପି । ଏହାପରେ ଗତ ୨୭ ତାରିଖରେ ତାଙ୍କୁ ଉତ୍ତରପ୍ରଦେଶ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନବେଳେ ଦଳର ଯୋଦ୍ଧା ସାଜି ବୈଜୟନ୍ତ ବିଜେପିର ସଫଳତାରେ ଭାଗିଦାର ବନିଥିଲେ।
Received a warm welcome from @BJP4UP State President @Bhupendraupbjp, Deputy Chief Minister @brajeshpathakup, senior leaders, and karyakartas on my first visit to the state after taking charge as UP Lok Sabha Election Incharge. 🙏🏻 pic.twitter.com/6mu8EhlPJ3
— Baijayant Jay Panda (@PandaJay) February 14, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।