Advertisment

ୟୁପି ଗଲେ ବୈଜୟନ୍ତ ପଣ୍ଡା, ବିଜେପି ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରଥମ ଗସ୍ତ

ଲୋକସଭା ନିର୍ବାଚନ ପାଇଁ ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଅଦ୍ୟତନ ହୋଇଛି
Baijayant Panda

Baijayant Panda

Advertisment

ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କୁ ଲକ୍ଷ୍ନୌରେ ଭବ୍ୟ ସ୍ୱାଗତ କରାଯାଇଛି।

Advertisment

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ପ୍ରଦେଶ ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀଙ୍କ ସମେତ ଦଳର ବରିଷ୍ଠ ମନ୍ତ୍ରୀ ଓ ନେତା ବୈଜୟନ୍ତ ପଣ୍ଡାଙ୍କୁ ସ୍ୱାଗତ ଜଣାଇ ପାଛୋଟି  ନେଇଥିବା ଜଣାଯାଇଛି। 

Meetingବୈଜୟନ୍ତ ପଣ୍ଡା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି।
Advertisment

ଉତ୍ତରପ୍ରଦେଶ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ରହିବେ।

ନିଜର ନିଆରା କର୍ମଶୈଳୀ ଓ ଶ୍ରେଷ୍ଠତା ପ୍ରଦର୍ଶନ କରି ଖୁବ କମଦିନ ମଧ୍ୟରେ ବିଜେପି ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇଛନ୍ତି ବରିଷ୍ଠ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୈଜୟନ୍ତଙ୍କୁ ଗତ ମାସ ୩ତାରିଖରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଥିବା ବିଜେପି । ଏହାପରେ ଗତ ୨୭ ତାରିଖରେ ତାଙ୍କୁ ଉତ୍ତରପ୍ରଦେଶ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ନିକଟରେ ଛତିଶଗଡ଼ ବିଧାନସଭା ନିର୍ବାଚନବେଳେ ଦଳର ଯୋଦ୍ଧା ସାଜି ବୈଜୟନ୍ତ ବିଜେପିର ସଫଳତାରେ ଭାଗିଦାର ବନିଥିଲେ। 

Uttar Pradesh Baijaynt Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe