Advertisment

କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଚାନ୍ଦୋଳରେ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଅଦ୍ୟତନ ହୋଇଛି
BJP

BJP

Advertisment

କେନ୍ଦ୍ରାପଡ଼ା ଲୋକସଭା ସହ ସାରା ଦେଶରେ ୪୦୦ରୁ ଅଧିକ ସିଟ୍‌ରେ ବାଜିମାତ କରିବ ବିଜେପି। ଆଜି କେନ୍ଦ୍ରାପଡ଼ାରେ ବିଜେପି ହେଭିୱେଟ୍ ବୈଜୟନ୍ତ ପଣ୍ଡା ଶକ୍ତି ପ୍ରଦର୍ଶନ କରିବା ସହ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏଠାରୁ ଦଳୀୟ ପ୍ରାର୍ଥୀ ଘୋଷିତ ହେବା ପରେ ପ୍ରଥମ ଥର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ବିଶାଳ ରୋଡ୍‌ ସୋ କରିଛନ୍ତି ବୈଜୟନ୍ତ। ହଜାର ହଜାର ସାଧାରଣ ଜନତା, ଦଳୀୟ ନେତା ଓ କର୍ମୀ ନିଜ ପ୍ରିୟ ନେତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

Advertisment

କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଚାନ୍ଦୋଳରେ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସେ ଦୁହୁରିଆ ଯାଏଁ ଶୁଭେଛୁ, ସମର୍ଥକ ଓ ବିଜେପି କର୍ମୀଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ। ଶୋଭାଯାତ୍ରା ବେଳେ ବାରି ହୋଇପଡୁଥିଲା ଜନତାଙ୍କ ଆନ୍ତରିକତା, ଆତ୍ମୀୟତା, ଶ୍ରଦ୍ଧା ଆଉ ଭଲ ପାଇବା। କିଏ ଫୁଲତୋଡ଼ା ଦେଉଥିଲେ ତ ଆଉ କିଏ ବୈଜୟନ୍ତଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରୁଥିଲେ।

ଦୁହୁରିଆରେ ମଧ୍ୟ ଜମିଥିଲା ଜନତାଙ୍କ ଅସମ୍ଭାଳ ଭିଡ଼। ଆଉ ସେହି ଜନସମୁଦ୍ର ଭିତରେ ଲ’ କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ ହାଟ, ପୁରୁଣା ବସ୍‌ ଷ୍ଟାଣ୍ଡ ଆଦି ସ୍ଥାନ ଦେଇ ଆଗକୁ ବଢୁଥିଲା ଶୋଭାଯାତ୍ରା। ଦୁହୁରିଆରୁ ପ୍ରାୟ ୧୨ କିଲୋମିଟର ଦୂର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ଜମିଥିଲା ଅସମ୍ଭାଳ ଭିଡ଼। ସେହି ସମୟରେ ପ୍ରତିକ୍ରିୟା ରଖି ବୈଜୟନ୍ତ କହିଥିଲେ, କେନ୍ଦ୍ରାପଡ଼ା ସହ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଏଥର ସାରା ଦେଶରେ ୪୦୦ ସିଟରେ ବାଜି ମାରିବ। ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ।

Advertisment

ନିର୍ବାଚନୀ ରାଜନୀତିରୁ ସାଂଗଠନିକ କାର୍ଯ୍ୟ ଯାଏଁ, ପ୍ରତ୍ୟେକ କ୍ଷେତ୍ରରେ ସିଦ୍ଧହସ୍ତ ବୈଜୟନ୍ତ ଜାତୀୟ ରାଜନୀତିରେ ଏକ ଚର୍ଚ୍ଚିତ ନାଁ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଜେପିର ନିର୍ବାଚନ ପ୍ରଭାରୀ ଥିବା ବୈଜୟନ୍ତ ପୂର୍ବରୁ ୨୦୦୯ ଏବଂ ୧୪ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ସାଂସଦ ଥିବା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପାନୀୟ ଜଳ ଓ ଗମନାଗମନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଅନ୍ୟତମ ବଡ଼ ଉପଲବ୍ଧି ହେଉଛି, କେନ୍ଦ୍ରାପଡ଼ା ଦେଇ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ। ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବା ପରେ ଏହି ପ୍ରକଳ୍ପକୁ ଆଗେଇ ନେବାକୁ ଅଣ୍ଟା ଭିଡ଼ିଥିଲେ ବୈଜୟନ୍ତ। ଶେଷରେ ଦୀର୍ଘ ଅଢ଼େଇ ଦଶନ୍ଧିର ସ୍ୱପ୍ନ ସାକାର ହେବା ସହ ଏହି ରୁଟରେ ଆରମ୍ଭ ହୋଇଛି ଟ୍ରେନ୍ ସେବା। ଏହାବ୍ୟତୀତ ବିଦେଶରେ ଫସିଥିବା ଶହ ଶହ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଭିଟାମାଟିକୁ ଫେରାଇ ଆଣିବାରେ ପ୍ରମୁଖ ଭୂମକା ତୁଲାଇଛନ୍ତି ବୈଜୟନ୍ତ।

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Bjp Election Kendrapara 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe