Advertisment

ଡବଲ ଇଞ୍ଜିନ ସରକାର ନ ଆସିଲେ ଓଡ଼ିଶାର ବିକାଶ ହୋଇପାରିବନି: ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ସରକାର): ୨୨ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ସରକାର ପଦ୍ମପୁର ପାଇଁ କ’ଣ କରିଛି? ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ଚାଷୀଙ୍କ ସମସ୍ୟାର ସମାଧାନ କରି ନାହାନ୍ତି। ପଦ୍ମପୁରର ବିଳାସପୁରରେ ନିର୍ବାଚନୀ ସଭାରେ ବିଜେଡି ସରକାରଙ୍କ ଉପରେ ଆଜି ଏପରି ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏଥିସହ ଡବଲ ଇଞ୍ଜିନ ସରକାର ନ ଆସିଲେ ଓଡ଼ିଶାର ବିକାଶ ହୋଇପାରିବନି ବୋଲି କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଡବଲ ଇଞ୍ଜିନ ସରକାର ନ ଆସିଲେ ଓଡ଼ିଶାର ବିକାଶ ହୋଇପାରିବନି: ବୈଜୟନ୍ତ

Baijayant

ଭୁବନେଶ୍ୱର (ଓଡ଼ିଶା ସରକାର): ୨୨ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ସରକାର ପଦ୍ମପୁର ପାଇଁ କ’ଣ କରିଛି? ଡାକ୍ତରଖାନାରେ ଡାକ୍ତର ନାହାନ୍ତି କି ଚାଷୀଙ୍କ ସମସ୍ୟାର ସମାଧାନ କରି ନାହାନ୍ତି। ପଦ୍ମପୁରର ବିଳାସପୁରରେ ନିର୍ବାଚନୀ ସଭାରେ ବିଜେଡି ସରକାରଙ୍କ ଉପରେ ଆଜି ଏପରି ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏଥିସହ ଡବଲ ଇଞ୍ଜିନ ସରକାର ନ ଆସିଲେ ଓଡ଼ିଶାର ବିକାଶ ହୋଇପାରିବନି ବୋଲି କହିଛନ୍ତି।

Advertisment

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ୨୨ ବର୍ଷ ହେଲା ଯେଉଁ ସରକାର ଓଡ଼ିଶାରେ ରାଜ୍‌ କରିଆସିଛି, ସେହି ସରକାର ପଦ୍ମପୁରର ବିକାଶ ପାଇଁ କିଛି କରିନାହିଁ। ଏଇଟା ମୋର ମାମୁ ଘର। ପିଲା ବେଳେ ବରଗଡ଼ ଜିଲ୍ଲାକୁ ଯେତେବେଳେ ଆସୁଥିଲି, ସେତେବେଳେ ଯେଉଁ ସମସ୍ୟା ଦେଖୁଥିଲି, ଆଜି ମଧ୍ୟ ସେହି ଗୁଡ଼ିକୁ ଦେଖୁଛି। ଏଠି ପିଏଚ୍‌ସି ଓ ସିଏଚ୍‌ସିରେ ଡାକ୍ତର ନାହାନ୍ତି। ୨୨ ବର୍ଷ ପରେ କ’ଣ ଡାକ୍ତର ଦେଇପାରିଲେ ନାହିଁ ଏ ସରକାର ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ଏ ଅଞ୍ଚଳ ହେଉଛି ଚାଷୀ ଭାଇମାନଙ୍କ ଅଞ୍ଚଳ। ଚାଷୀ ଭାଇଙ୍କ ପାଇଁ କ’ଣ କରିଛନ୍ତି ନବୀନବାବୁଙ୍କ ସରକାର? ମୋର ମନେ ଅଛି ୨୨ ବର୍ଷ ତଳେ ସେ ପ୍ରତିଶ୍ରୁତି ଦେଇଥିଲେ, ପ୍ରତି ଜିଲ୍ଲାରେ ୩୩% ଜମିରେ ଜଳସେଚନ ହୋଇଯିବ। ଇତି ମଧ୍ୟରେ ୨୨ ବର୍ଷ ସରିଲାଣି। ହେଲେ ବରଗଡ଼ ଜିଲ୍ଲାରେ ୩୩% ଜମିରେ ଜଳ ସେଚିତ ହୋଇ ସାରିଛି କି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ପଣ୍ଡା।

Advertisment

ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ପଣ୍ଡା। ସେ କହିଛନ୍ତି, କେନ୍ଦ୍ର ଅବହେଳା କରୁଛି ବୋଲି ବହୁ ବର୍ଷ ହେଲା ଓଡ଼ିଶା ଅଭିଯୋଗ କରି ଆସୁଥିଲା। ୫୦୦ରୁ ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଓଡ଼ିଶାରୁ ପ୍ରତିବର୍ଷ ସର୍ବଦଳୀୟ ନେତାମାନେ ଦିଲ୍ଲୀ ଦରବାରକୁ ଯାଇ ମାଗୁଥିଲେ। ତଥାପି ସେମାନଙ୍କୁ ମିଳୁନଥିଲା। ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳପଥର ବିକାଶ ପାଇଁ ଗତ ୮ ବର୍ଷ ହେଲା ହଜାର ହଜାର କୋଟି ଟଙ୍କା ଅଜାଡ଼ି ଦେଉଛନ୍ତି। ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳ ଲାଇନ୍‌ ପାଇଁ ମୋଦି ସରକାର ପ୍ରଚୁର ପରିମାଣର ଅର୍ଥ ଦେଇଛନ୍ତି। କିନ୍ତୁ ଏହି ପ୍ରକଳ୍ପ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ କାମ ଯଥା ସର୍ଭେ ଓ ଜମି ଅଧିଗ୍ରହଣ ଆରମ୍ଭ କଲେଣି କି? ରେଳ ପ୍ରକଳ୍ପ ପାଇଁ ଆଜି ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରିପାରିଲେ ନାହିଁ। ଏଥିରୁ ଜଣାପଡ଼ୁଛି ପଦ୍ମପୁରର ବିକାଶ ଚାହୁଁନାହିଁ ବିଜେଡି ସରକାର। ଏହି ଅଞ୍ଚଳର ପ୍ରଗତି ହେଉ ବୋଲି ବିଜେଡି ସରକାର ଚାହୁଁନାହିଁ। ୨୨ ବର୍ଷର କଥା ଛାଡ଼ନ୍ତୁ, ୩ ବର୍ଷ ତଳେ ନିର୍ବାଚନ ସମୟରେ ଏଠାକୁ ଆସିଥିବା ନେତାମାନେ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ଯାଇଥିଲେ, ତାହା ଆଜି ପର୍ଯ୍ୟନ୍ତ ପୂରଣ କରିପାରିଛନ୍ତି କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଥିଲେ। ଡବଲ ଇଂଜିନ ସରକାର ନଲାଗିଲେ ଓଡ଼ିଶାର ବିକାଶ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।