Advertisment

ଇଡି ସମନ ଏଡାଇବା ମାମଲାରେ କେଜ୍ରିୱାଲଙ୍କୁ ବେଲ୍

ରାଉଜ ଆଭେନ୍ୟୁ କୋର୍ଟ ଦେଲେ କେଜ୍ରିୱାଲଙ୍କୁ ବେଲ୍।

ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି। ଇଡିର ସମନକୁ ଏଡାଇବା ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି। ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। ୧୫ ହଜାର ଟଙ୍କା ମୁଚାଲିକାରେ ଜାମିନ ଦେଇଛନ୍ତି କୋର୍ଟ। 

Advertisment

ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରା ଉଚରା ପାଇଁ ଇଡି କେଜ୍ରିୱାଲଙ୍କୁ ବାରମ୍ବାର ସମନ ପଠାଇ ଚାଲିଛି। କ୍ରମାଗତ ଭାବେ ଆଠ ଥର ସମନ ପଠାଇବା ପରେ ମଧ୍ୟ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହାକୁ ନେଇ ଇଡି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଦୁଇଟି ଅଭିଯୋଗ ଦାଖଲ କରିଥିଲା।

କେଜ୍ରିୱାଲ ଜାଣିଶୁଣି ସମନକୁ ଏଡାଇ ଚାଲିଥିବା ଅଭିଯୋଗ କରିଥିଲା ଇଡି। ଏ ଉପରେ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ବିଚାର କରି ମାର୍ଚ୍ଚ ୧୬ରେ କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେଜ୍ରିୱାଲ କୋର୍ଟଙ୍କ ନିର୍ଦ୍ଦେଶକୁ ସେସନ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Advertisment

ଗତକାଲି ସେସନ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବା ପରେ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ କେଜ୍ରିୱାଲ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ କେଜ୍ରିୱାଲଙ୍କୁ ବେଲ୍ ଦେଇଛନ୍ତି। କୋର୍ଟଙ୍କ ଏହି ବେଲ୍ ଅର୍ଡର ପରେ ଇଡିରେ ହାଜର ନ ହେବାକୁ ନେଇ କେଜ୍ରିୱାଲଙ୍କୁ ଇଡି ଗିରଫ କରିପାରିବ ନାହିଁ।

Arvind Kejriwal Delhi Liquor Policy Scam Liquor Case ED Summon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe