Advertisment

ଭିନେଶଙ୍କୁ ଟାର୍ଗେଟ କରିଥିଲେ ବ୍ରିଜ ଭୂଷଣ, ଏବେ ଜବାବ ଦେଲେ ବଜରଙ୍ଗ

ବଜରଙ୍ଗ ସ୍ପଷ୍ଟ କରିଛନ୍ତି ଯେ ସେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। କେବଳ ଏକମାତ୍ର ରେସଲର ଭାବେ ଭିନେଶ ମୈଦାନକୁ ଓହ୍ଲାଇବେ ।

author-image
Hemant Lenka
Bajrang Punia

Bajrang Punia

ଫାଇନାଲର ଠିକ ପୂର୍ବରୁ ଅଲିମ୍ପିକ୍ସରେ ଅଯୋଗ୍ୟ ବିବେଚିତ ହୋଇଥିବା ରେସଲର ଭିନେଶ ଫୋଗାଟ କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ ଜୋରଦାର ଢଙ୍ଗରେ ଟାର୍ଗେଟ କରିଛନ୍ତି ବିଜେପି ନେତା ବ୍ରିଜ ଭୂଷଣ ଶରଣ ସିଂହ। କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଭିନେଶ ଓ ଅନ୍ୟ ରେସଲରମାନେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

Advertisment

ଏବେ ସେ କଂଗ୍ରେସରେ ସାମିଲ ହେବାରୁ ବ୍ରିଜ ଭୂଷଣ ତାଙ୍କୁ ସମାଲୋଚନା କରିଥିଲେ। ଭିନେଶ ଠକି ଥିଲେ। ତେଣୁ ଅଲିମ୍ପିକ୍ସରେ ଭଗବାନ ତାଙ୍କୁ ଦଣ୍ଡ ଦେଲେ। ସେ ଅଯୋଗ୍ୟ ବିବେଚିତ ହେବାର ହକଦାର ବୋଲି ବ୍ରିଜ ଭୂଷଣ କହିଥିଲେ।

ଏବେ ବ୍ରିଜ ଭୂଷଣଙ୍କୁ ଜବାବ ଦେଇଛନ୍ତି ଅଲିମ୍ପିକ୍ସ ମେଡାଲିଷ୍ଟ ତଥା ନୂଆ କରି କଂଗ୍ରେସରେ ମିଶିଥିବା ବଜରଙ୍ଗ ପୁନିଆ। ସେ କହିଛନ୍ତି, “ଏପରି ବୟାନ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଦେଶ ପ୍ରତି ଥିବା ମାନସିକତାକୁ ଦର୍ଶାଉଛି। ତାହା ଭିନେଶଙ୍କ ମେଡାଲ ନଥିଲା। ଏହା ୧୪୦ କୋଟି ଭାରତୀୟ ମେଡାଲ ଥିଲା। ହେଲେ ବ୍ରିଜ ଭୂଷଣ ପରାଜୟରେ ଖୁସି ହେଉଛନ୍ତି।

Advertisment

ଭିନେଶ ଫୋଗାଟ ଯେଉଁଭଳି ଢଙ୍ଗରେ ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ ହରାଇଲେ, ତା’ହା ଦେଶ ପାଇଁ ଶୋକର ବିଷୟ। କିନ୍ତୁ ବିଜେପିର ଆଇଟି ସେଲ ଗୋଟିଏ ଅଭିଯାନ ଆରମ୍ଭ କରି ଭିନେଶଙ୍କୁ ତାଚ୍ଛଲ୍ୟ କରିଥିଲା। ଯେଉଁମାନେ ଭିନେଶଙ୍କ ଡିସକ୍ୱାଲିଫିକେସନରେ ଖୁସି ହେଉଥିଲେ, କ’ଣ ସେମାନେ ଦେଶ ଭକ୍ତ? ପିଲାଟି ବେଳୁ ଆମେ ଦେଶ ପାଇଁ ଲଢ଼େଇ କରୁଛୁ। ହେଲେ ସେମାନେ ଆମକୁ ଦେଶଭକ୍ତିର ଶିକ୍ଷା ଦେଉଛନ୍ତି। ସେମାନେ ଝିଅମାନଙ୍କୁ ଅସଦାଚରଣ କରୁଛନ୍ତି।”

ଏକାଧିକ ମହିଳା ରେସଲରଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ବ୍ରିଜ ଭୂଷଣ ଅଭିଯୁକ୍ତ। ସେ ଦାବି କରିଛନ୍ତି ଯେ ଫୋଗାଟଙ୍କୁ ଭଗବାନ ଦଣ୍ଡିତ କରିଛନ୍ତି।

ଭିନେଶ ଓ ବଜରଙ୍ଗ କଂଗ୍ରେସରେ ମିଶିବା ପରେ ବ୍ରିଜ ଭୂଷଣ ପ୍ରଥମ ପ୍ରତିକ୍ରିୟାରେ ଅଭିଯୋଗ କରିଥିଲେ ଯେ “ଫୋଗାଟ ବେଆଇନ ଭାବେ ଠକେଇ କରି ଆଉ ଜଣେ ରେସଲରଙ୍କ ସ୍ଥାନ ଅଲିମ୍ପିକ୍ସରେ ନେଇ ଯାଇଥିଲେ। ଟ୍ରାଏଲରେ ତାଙ୍କୁ ହରାଇଥିବା ଝିଅର ସ୍ଥାନରେ ସେ ହଙ୍ଗାମା କରି ଅଲିମ୍ପିକ୍ସରେ ପହଞ୍ଚିଥିଲେ। ତେଣୁ ତାଙ୍କ ସହ ଯାହା ବି ହୋଇଛି, ତାହା ଠିକ। ସେ ଏଥିପାଇଁ ଯୋଗ୍ୟ। ଭଗବାନ ତାଙ୍କୁ ଦଣ୍ଡ ଦେଇଛନ୍ତି।”

ଯୌନ ଶୋଷଣ ମାମଲାରେ ବ୍ରିଜ ଭୂଷଣ ସିଂହ ରେସଲର ଭିନେଶ ଫୋଗାଟଙ୍କ ନାଁ ନେଇ ଅପରାଧ କରିଛନ୍ତି। ଯଦି ସେ ଭିନେଶକୁ ଅସଦାଚରଣ କରିଥାଆନ୍ତେ, ତା’ହେଲେ ନିଶ୍ଚିତ ଚାପୁଡ଼ା ଖାଇଥାଆନ୍ତେ ବୋଲି ବଜରଙ୍ଗ କହିଛନ୍ତି।

ସେ କହିଛନ୍ତି, “ଆମେ କେବେ ବି କେଉଁ ସବୁ ରେସଲର ଅସଦାଚରଣର ଶିକାର ହୋଇଛନ୍ତି, ସେକଥା କହି ନାହୁଁ। ବ୍ରିଜ ଭୂଷଣ ଗଣମାଧ୍ୟମରେ ଭିନେଶଙ୍କ ନାଁ ନେଇ ଅପରାଧ କରିଛନ୍ତି। ଯଦି ସେହି ସମୟରେ ଝିଅମାନଙ୍କ ପାଖରେ ଚାପୁଡ଼ା ମାରିବାର ସାହାସ ରହିଥାଆନ୍ତା, ତା’ହେଲେ ତାଙ୍କୁ ଅନେକ ଚାପୁଡ଼ା ବାଜିଥାଆନ୍ତା।

ବ୍ରିଜ ଭୂଷଣ ଜଣେ ପେଶାଦାର ଅପରାଧୀ। ତାଙ୍କ ନାଁରେ ଚୋରି ଠାରୁ ଦେଶଦ୍ରୋହ ଚାର୍ଜ ରହିଛି। ବିଜେପି ତାଙ୍କୁ ସମର୍ଥନ କରୁଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ମୋର କୌଣସି ଆଶା ନାହିଁ। ଏଜେନ୍ସିମାନଙ୍କୁ ମୋ ବିରୋଧରେ ବ୍ୟବହାର କରାଯାଉଛି। ମୋତେ ଡୋପ ଚାର୍ଜରେ ବ୍ୟାନ କରାଗଲା। କୁସ୍ତି ମହାସଂଘର ସଭାପତିଙ୍କ ଠାରୁ ମଧ୍ୟ ମୋର କୌଣସି ଆଶା ନାହିଁ।”

ବଜରଙ୍ଗ ସ୍ପଷ୍ଟ କରିଛନ୍ତି ଯେ ସେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। କେବଳ ଏକମାତ୍ର ରେସଲର ଭାବେ ଭିନେଶ ମୈଦାନକୁ ଓହ୍ଲାଇବେ ବୋଲି ସେ କହିଛନ୍ତି। କ’ଣ ରାଜ୍ୟସଭାକୁ ମନୋନୀତ ହେବେ କି? ଏହାର ଜବାବରେ ବଜରଙ୍ଗ ଦଳ ଉପରେ ସବୁ କିଛି ଛାଡ଼ିଛନ୍ତି।

Brij Bhushan Sharan Singh Bajrang Punia Vinesh Phogat