Advertisment

୨୦୨୪ ନିର୍ବାଚନ ମୁଁ ଲଢ଼ିବିନି, ମୋ ପୁଅ ଲଢ଼ିବ

୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିଲେ ।

Narsingh Mishra

Narsingh Mishra

Advertisment

 ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। ଏନେଇ ଗଣମାଧ୍ୟମରେ ମତ ଦେଇଛନ୍ତି।

Advertisment

ସେ କହିଛନ୍ତି, ମୋତେ ୮୩ ବର୍ଷ ହେଲାଣି। ଆଉ ନିର୍ବାଚନ ଲଢ଼ିବି ନାହିଁ। ବିଭିନ୍ନ ରୋଗରେ ମୁଁ ଆକ୍ରାନ୍ତ। ଏଥିପାଇଁ ମୁଁ ମାନସିକ ସ୍ଥରରେ ଠିକ୍ କରିଛି ମୁଁ ନିର୍ବାଚନ ଲଢ଼ିବି ନାହିଁ। ମୁଁ ୨୦୨୪ରେ ନିର୍ବାଚନ ନ ଲଢ଼ିବା ନେଇ ଲୋକମାନଙ୍କୁ ବୁଝାଇଛି। ଲୋକେ ମୋ କଥା ବୁଝିଛନ୍ତି। ଏହାସହ ମୋ ଦଳକୁ ଏହି କଥା କହିଛି। ଦଳ ମୋ କଥା ବୁଝିଥିବ ବୋଲି ମୋ ଆଶା ରଖିଛି।

ସେ ଆହୁରି କହିଛନ୍ତି, ୨୦୨୪ ନିର୍ବାଚନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରୁ ପ୍ରାର୍ଥୀ ହେବ। ଆଉ କିଏ ପ୍ରାର୍ଥୀ ମୋ ନଜରକୁ ଆସିନାହିଁ। ଭବିଷ୍ୟତ କିଏ ଆସିବ କି ନାହିଁ ମୁଁ କହିପାରିବି ନାହିଁ। ମୋ ପୁଅକୁ ପାର୍ଟି ଟିକେଟ ଦେବ ବୋଲି ଆଶା ରଖିଛି। ଏଥିପାଇଁ ମୁଁ ମୋ ପୁଅ ପାଇଁ ପ୍ରଚାର ଆରମ୍ଭ କରିଛି।

Advertisment

ନରସିଂହ ମିଶ୍ର ଓଡ଼ିଶା ବିଧାନ ସଭାର ବିରୋଧୀ ଦଳ ନେତା ଥିଲେ। ସେ ୨୦୦୪-୨୦୦୯ ଯାଏଁ କଂଗ୍ରେସ ଦଳର ଉପସଭାପତି ରହିଥିଲେ। ୧୯୯୦ ମସିହାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶାର ଆଇନ ମନ୍ତ୍ରୀ ହୋଇଥିଲେ।  ମାତ୍ର ୧୮ ବର୍ଷରୁ ନରସିଂହ ରାଜନୀତିରେ ସକ୍ରିୟ ହୋଇଥିଲେ। ମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ଓକିଲାତି ବୃତ୍ତି ଚାଲୁ ରଖିଥିଲେ। ଉଚ୍ଚ ନ୍ୟାୟାଳୟରେ ଓକିଲାତି କରି ଚାଷୀଙ୍କୁ ମାଗଣା ଧାନ ଯୋଗାଇ ଦେବାରେ ସଫଳ ହୋଇଥିଲେ।

୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ତଫା ଦେଇଥିଲେ ।

ନରସିଂହ ମିଶ୍ର ୨୩ ଡିସେମ୍ବର ୧୯୪୦ ମସିହାରେ ବଲା଼ଙ୍ଗିର ଜିଲ୍ଲାର ଛତାମଖନା ଗ୍ରାମରେ ଜନ୍ମ ହୋଇଥିଲେ। ତାଙ୍କ  ବାପାଙ୍କ ନାଁ ଯୁଧିଷ୍ଠିର ମିଶ୍ର ଥିଲା। ସେ ପେଶାରେ ଓକିଲ ଥିଲେ ଏବଂ ଭାରତୀୟ ସମ୍ବିଧାନ ସଭାର ସଭ୍ୟ ଭାବରେ ମନୋନୀତ ହୋଇଥିଲେ ।

Balangir MLA Narsingh Mishra Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe