Advertisment

ବାଂଲାଦେଶ ଆଟର୍ଣ୍ଣି ଜେନେରାଲଙ୍କ ଆହ୍ୱାନ, ସମ୍ବିଧାନରୁ ହଟାଯାଉ 'ଧର୍ମନିରପେକ୍ଷ' ଶବ୍ଦ

ଦେଶର ଜନସଂଖ୍ୟାର ୯୦% ମୁସଲମାନ ରହୁଥିବାରୁ ସମ୍ବିଧାନରୁ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ସେ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Bangladesh National Flag

Bangladesh National Flag

Advertisment

ଦେଶର ସମ୍ବିଧାନରୁ 'ଧର୍ମନିରପେକ୍ଷ' ଶବ୍ଦ ହଟାଇ ଦେବାକୁ ଆହ୍ୱାନ କରିଛନ୍ତି ବାଂଲାଦେଶର ଆଟର୍ଣ୍ଣି ଜେନେରାଲ୍ ଏମ ଅସଦୁଜମାନ। ବର୍ତ୍ତମାନ ବାଂଲାଦେଶରେ ରହୁଥିବା ଜନସଂଖ୍ୟା ମଧ୍ୟରୁ ୯୦% ମୁସଲିମ ଅଛନ୍ତି, ତେଣୁ ସମ୍ବିଧାନରେ 'ଧର୍ମନିରପେକ୍ଷ' ଶବ୍ଦ ରଖିବାର ଆବଶ୍ୟକତା ନାହିଁ, ଏହାକୁ ହଟାଇ ଦେବାକୁ ସେ କହିଛନ୍ତି।

Advertisment

ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା 'ଜାତିର ପିତା' ଭାବେ ଜଣାଶୁଣା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କୁ ଦିଆଯାଇଥିବା ଉପାଧିରେ ପରିବର୍ତ୍ତନ ଆଣିବାକୁ ସେ କହିଛନ୍ତି। ଶେଖ୍ ମୁଜିବୁର ହେଉଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବାପା। ଦେଶରେ ସଂରକ୍ଷଣକୁ ନେଇ ବିବାଦ ମଧ୍ୟରେ ଶେଖ୍ ହସିନା ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଚାଲିଛି। 

ଜଷ୍ଟିସ ଫରାହ ମହବବ ଏବଂ ଦେବାଶିଷ ରୟ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ୧୫ଶ ସଂଶୋଧନର ବୈଧତା ଉପରେ ଏକ କୋର୍ଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶରେ ଆଟର୍ଣ୍ଣି ଜେନେରାଲ ଅସଦୁଜମାନ ଏପରି ପ୍ରସ୍ତାବ ଦେଇ କହିଛନ୍ତି, ‘ସମ୍ବିଧାନରେ କରାଯାଉଥିବା ପରିବର୍ତ୍ତନ କ୍ଷମତାକୁ ଉତ୍ସାହିତ କରିବା ପରିବର୍ତ୍ତେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଉଚିତ୍।’

Advertisment

ସେ ଆହୁରି କହିଛନ୍ତି, ‘ଏହି ସଂଶୋଧନଗୁଡ଼ିକ ଦେଶର ଗଣତାନ୍ତ୍ରିକ ତଥା ଐତିହାସିକ ନୈତିକତା ସହିତ ସମ୍ବିଧାନକୁ ଯୋଡ଼ିବ। ପୂର୍ବରୁ ଆହ୍ଲାଙ୍କ ଉପରେ ନିରନ୍ତର ବିଶ୍ୱାସ ଭରସା ରହୁଥିଲା। ମୁଁ ଚାହୁଁଚି, ଆଗକୁ ପୂର୍ବ ପରି ଜାରି ରହୁ। ଧାରା ୨-ଏ ରେ କୁହାଯାଇଛି ଯେ, ରାଷ୍ଟ୍ରରେ ସମସ୍ତ ଧର୍ମକୁ ସମାନ ଅଧିକାର ଦିଆଯିବ। ଧାରା ୯ରେ 'ବେଙ୍ଗଲି ଜାତୀୟତା' ବାବଦରେ ଆଲୋଚନା କରାଯାଇଛି। କିନ୍ତୁ ଏହା ପରସ୍ପର ବିରୋଧୀ।’

ଏହା ବ୍ୟତୀତ ସେ ଶେଖ ମୁଜିବୁର ରେହମାନଙ୍କୁ ଦିଆଯାଇଥିବା 'ଜାତିର ପିତା' ଉପାଧିକୁ ମଧ୍ୟ ହଟାଇବାକୁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଜାତୀୟ ବିଭାଜନ ହେଉଛି ଏବଂ ବାକ୍ ସ୍ୱାଧୀନତା ସୀମିତ ହୋଇଯାଉଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ‘ଶେଖ ମୁଜିବଙ୍କ ଅବଦାନକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ, କିନ୍ତୁ ଏହାକୁ ଆଇନ ଦ୍ୱାରା କାର୍ଯ୍ୟକାରୀ କରିବା ଦ୍ୱାରା ବିଭାଜନ ସୃଷ୍ଟି ହେଉଛି।’ 

Bangladesh Secular Bangladesh Constitution Secular Term
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe