Advertisment

ମୋଦିଙ୍କ ଶପଥ ସମାରୋହରେ ଯୋଗଦେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ଶ୍ରୀଲଙ୍କା ରାଷ୍ଟ୍ରପତି

ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି।

author-image
Debibandita Barick
Narendra Modi & Sheikh Hasina(File Photo)

Narendra Modi & Sheikh Hasina(File Photo)

ଲଗାତାର ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି। ଏହି ଶପଥ ସମାରୋହରେ ବିଦେଶୀ ନେତା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଭୁଟାନ, ନେପାଳ ଏବଂ ମରିସସର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି। ୨୦୧୯ ଲୋକସଭା ନିର୍ବାଚନ ପରେ BIMSTEC ରାଷ୍ଟ୍ରର ନେତାମାନଙ୍କୁ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। 

BIMSTEC, ଏକ ଆଞ୍ଚଳିକ ଗୋଷ୍ଠୀ, ଯେଉଁଥିରେ ବାଂଲାଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ସାମିଲ ଅଛନ୍ତି। ୨୦୧୯ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଭିଭିଆଇପିଙ୍କ ସମେତ ୮,୦୦୦ ଅତିଥି ଯୋଗ ଦେଇଥିଲେ। ଚଳିତ ବର୍ଷ ମଧ୍ୟ ଏକାଧିକ ରାଷ୍ଟ୍ର ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। 

Advertisment

ପ୍ରକାଶ ଥାଉକି, ଲୋକସଭା ନିର୍ବାଚନରେ ​ବିଜେପି ନେତୃତ୍ୱାଧିନ ଏନଡିଏକୁ ​୨୯୨ଟି ଆସନ ମିଳିଛି। ବିଜେପିକୁ ୨୪୦ ଆସନ ମିଳିଥିବା ବେଳେ ସହଯୋଗୀ ଦଳର ସମର୍ଥନକୁ ନେଇ ଦଳ ସରକାର ଗଢିବାକୁ ଯାଉଛି। ସେପଟେ କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ ୨୩୪ଟି ଆସନ ପାଇଛି।