Advertisment

ରାହୁଲ ଗାନ୍ଧି ‘୨୦୨୪ରେ ପ୍ରଧାନମନ୍ତ୍ରୀ’ ପୋଷ୍ଟରକୁ ନେଇ ବିବାଦ

ଉଭୟ କଂଗ୍ରେସ ଓ ସପା ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ବେଳେ ଦୁଇ ଦଳ ମଧ୍ୟରେ ପୋଷ୍ଟର ୱାର ସମସ୍ତଙ୍କୁ ଚିନ୍ତାରେ ପକାଇଛି।

Rahul

Rahul

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଲେଖାଯାଇଥିବା ଗୋଟିଏ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା କଂଗ୍ରେସ ଅଫିସରେ ରାହୁଲଙ୍କ ଫଟୋ ଥାଇ ଏପରି ପୋଷ୍ଟର ଲଗାଯାଇଛି।

Advertisment

ଏହାକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆରେ ଫାଟ ଦେଖିବାକୁ ମିଳିଛି। କାରଣ କିଛି ଦିନ ତଳେ ସମାଜବାଦୀ ପାର୍ଟି ପକ୍ଷରୁ କଂଗ୍ରେସକୁ ତୀବ୍ର ସମାଲୋଚନା କରାଯାଇଥିଲା। ଏଥିସହ ଦଳ ପକ୍ଷରୁ ଗୋଟିଏ ପୋଷ୍ଟର ଲଗାଯାଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବେ ଆଖ୍ୟା ଦିଆଯାଇଥିଲା।

ଏବେ କଂଗ୍ରେସ ପକ୍ଷରୁ ସମାନ ଧରଣର ପୋଷ୍ଟ ଲଗା ଯାଇଛି। ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଓ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ରାଜ୍ୟର କଂଗ୍ରେସ ସଭାପତି ଅଜୟ ରାୟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୋଷ୍ଟରରେ କୁହାଯାଇଛି। ଉଭୟ କଂଗ୍ରେସ ଓ ସପା ବିରୋଧୀ ମେଣ୍ଟ ଇଣ୍ଡିଆରେ ଥିବା ବେଳେ ଦୁଇ ଦଳ ମଧ୍ୟରେ ପୋଷ୍ଟର ୱାର ସମସ୍ତଙ୍କୁ ଚିନ୍ତାରେ ପକାଇଛି। 

Advertisment

କଂଗ୍ରେସର ଏପରି ପୋଷ୍ଟର ଉପରେ ସମାଜବାଦୀ ପାର୍ଟିର ରାଜ୍ୟ ମୁଖପାତ୍ର ଫଖରୁଲ ହାସଦନ ଚାନ୍ଦ କହିଛନ୍ତି, ଆମ ଦଳ ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁଙ୍କ ପାଇଁ ଲଢ଼େଇ କରୁଛି। ତେଣୁ କଂଗ୍ରେସ ଯେତେ ପୋଷ୍ଟର ଲଗାଇଲେ ମଧ୍ୟ କିଛି ବି ଲାଭ ନାହିଁ। ଲୋକମାନେ ଅଖିଲେଶ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

କଂଗ୍ରେସର ଲକ୍ଷ୍ନୌ ଅଫିସରେ ଦଳୀୟ କର୍ମକର୍ତ୍ତା ନିତାନ୍ତ ସିଂହ ନୀତିନଙ୍କ ପକ୍ଷରୁ ଉକ୍ତ ପୋଷ୍ଟର ଲଗା ଯାଇଛି। ପୋଷ୍ଟରରେ ରାହୁଲ ଗାନ୍ଧି ଓ ଅଜୟ ରାୟଙ୍କ ଫଟୋ ରହିଛି। ଏଥିରେ ଲେଖାଯାଇଛି ଯେ “୨୦୨୪ରେ ରାହୁଲ, ୨୦୨୭ରେ ରାୟ। ଦେଶ-ପ୍ରଦେଶ କହୁଛି, ହାତ ସାଥୀରେ ଆସନ୍ତୁ।”

ନୀତିନଙ୍କୁ ପୋଷ୍ଟର ସମ୍ପର୍କରେ ପଚରା ଯିବାରୁ ସେ କହିଛନ୍ତି, “ଏହା ଦଳୀୟ କର୍ମକର୍ତ୍ତାଙ୍କୁ ବିଶ୍ୱାସ। ଆଗାମୀ ଦିନରେ ସାଧାରଣ ଲୋକମାନେ କଂଗ୍ରେସ ସହ ଯିବାକୁ ଚାହୁଁଛନ୍ତି। ଆଗକୁ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ଓ ଅଜୟ ରାୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଆମ ଦଳ ପ୍ରତି ଲୋକଙ୍କ ଆସ୍ଥା ବଢ଼ିବାରେ ଲାଗିଛି।”

Akhilesh Yadav Uttar Pradesh Rahul Gandhi Samajwadi Party
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe