Advertisment

ଧାର ଆଣି ନିର୍ବାଚନ ଲଢ଼ିଲେ, ବାଇକ୍‌ରେ ୪୦୦ କିମି ଆସି ବିଧାନସଭାରେ ପହଞ୍ଚିଲେ

ନିର୍ବାଚନରେ ଜିତି ବିଧାୟକ ହେବା ପରେ ଏବେ ୪୦୦ କିମି ବାଇକ୍‌ରେ ଆସି ବିଧାନସଭାରେ ପହଞ୍ଚିଛନ୍ତି।

author-image
Madhupriya Mistry
MLA Kamleshwar Dodiyar

MLA Kamleshwar Dodiyar

ନା ପୋଷ୍ଟର, ନା ବ୍ୟାନର୍‌। ହୋର୍ଡିଂ ଲଗାଇ ବି କରିନଥିଲେ ପ୍ରଚାର। ଲୋକଙ୍କ ଠାରୁ ଧାର କରଜ ଆଣି ନିର୍ବାଚନ ଲଢ଼ିଲେ। ଲୋକଙ୍କ ଠାରୁ ଚାନ୍ଦା ଆଣି ଲୋକଙ୍କ ପାଖକୁ ଯାଇ କଲେ ପ୍ରଚାର। ଶେଷରେ ପରିଶ୍ରମର ଫଳ ପାଇଲେ। ନିର୍ବାଚନରେ ଜିତି ବିଧାୟକ ହେବା ପରେ ଏବେ ୪୦୦ କିମି ବାଇକ୍‌ରେ ଆସି ବିଧାନସଭାରେ ପହଞ୍ଚିଛି।

Advertisment

ମଧ୍ୟପ୍ରଦେଶ ରତଲାମ ଜିଲ୍ଲା। ଏଠାକାର ସାଇଲାନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତ ଆଦିବାସୀ ପାର୍ଟି(ବିଏପି)ର କମଲେଶ୍ୱର ଡୋଡିଆର ଜିତିଛନ୍ତି। ନିର୍ବାଚନ ଜିତିବା ପରେ ବିଧାୟକ କମଳେଶ୍ୱର ୪୦୦ କିମି ବାଇକ୍‌ ଚଳାଇ ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ତାଙ୍କର ନିଜର କାର ନ ଥିଲା, ତେଣୁ ସେ ଗୋଟିଏ କାର ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ଶେଷରେ ସେ ତାଙ୍କ ଶଳାଙ୍କ ସହ ମୋଟର ସାଇକେଲରେ ୪୦୦ କିଲୋମିଟର ଯାତ୍ରା କରି ରାଜଧାନୀ ଭୋପାଳରେ ପହଞ୍ଚି ବିଧାନସଭା ସହ ଜଡିତ ପ୍ରକ୍ରିୟା ଶେଷ କରିଛନ୍ତି। ବାଇକ୍‌ରେ ଆସି ବିଧାନସଭାରେ ପହଞ୍ଚିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବମକ, ସେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ତାଙ୍କ ମା' ଦିନ ମଜୁରିଆ ଭାବେ କାମ କରନ୍ତି। କମଳେଶ୍ୱର ନିର୍ବାଚନ ଲଢ଼ିବା ପାଇଁ ପ୍ରାୟ ୧୨ ଲକ୍ଷ ଟଙ୍କା ଧାରକରଜ କରିଥିଲେ। କାର ନ ଥିବାରୁ ସେ ଅଟୋରେ ବୁଲି ବିଜୟ ଶୋଭାଯାତ୍ରା କରିଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଠାରୁ ପ୍ରେରିତ ହୋଇ ବିଧାନସଭା ନିର୍ବାଚନ ଲଢ଼ିଥିଲେ ବୋଲି ସେ କହିଛନ୍ତି।

Advertisment
Madhya Pradesh MLA MP