Advertisment

କଂଗ୍ରେସକୁ ବାଏ ବାଏ କହିଲେ ବାପି ସର୍ଖେଲ

ଆଜି ପିସିସି ସଭାପତିଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦଳର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ବାପି।

ଅଦ୍ୟତନ ହୋଇଛି
Bapi Sarkhel

Bapi Sarkhel

Advertisment

ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଦଳ ଛାଡ଼ିବା ରାଜନୀତି ଜୋର ଧରିଛି। ଏହା ମଧ୍ୟରେ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା। ଆଜି ଦଳ ଛାଡ଼ିଛନ୍ତି ବାପି ସର୍ଖେଲ। ବାପି ସର୍ଖେଲଙ୍କ ପାରାଦୀପରେ ଖୁବ୍‌ ଦବଦବା ଥିବା ବେଳେ ତାଙ୍କ ଇସ୍ତଫା ଦଳକୁ ଝଟକା ଦେଇଛି ।

Advertisment

 ଆଜି ପିସିସି ସଭାପତିଙ୍କ ପାଖକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦଳର ସମସ୍ତ ପଦପଦବୀ ସମେତ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ବାପି। ନିଜ ଇସ୍ତଫା ପତ୍ରରେ ସେ ଦଳ ଛାଡ଼ିବା କାରଣ ସମ୍ପର୍କରେ ଉଲ୍ଲେଖ କରି ଆଗାମୀ ଦିନରେ ପାରାଦ୍ୱୀପ ଟ୍ରେଡ ୟୁନିୟନ ଲିଡର ଭାବେ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।

କିଛି ଦିନ ତଳେ ବାପିଙ୍କ ପତ୍ନୀ ମନିଦୀପା ବିଜେଡିରେ ମିଶିଥିଲେ। ତେଣୁ ଏବେ ଚର୍ଚ୍ଚା ହେଉଛି କଂଗ୍ରେସ ଛାଡ଼ିବା ପରେ କୁଆଡ଼େ ଯିବେ ବାପି?

Advertisment

୨୦୧୪ ଓ ୨୦୧୯ ମସିହାରେ ବାପି ସର୍ଖେଲ କଂଗ୍ରେସ ଟିକେଟରୁ ପାରାଦୀପ ବିଧାନସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ଏହାପରେ ପାଖାପାଖି ୩ ବର୍ଷ ହେଲାଣି କଂଗ୍ରେସରେ ଥିଲେ ବି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ।

ଗତ ପୌର ନିର୍ବାଚନରେ ‘ଆମ ପାରାଦୀପ, ଆମ ପ୍ରଗତୀ’ ନାମକ ଅଣରାଜନୈତିକ ଦଳ ଗଢ଼ିଥିଲେ ବାପି ସର୍ଖେଲ । ଏହାପରେ ପାରାଦୀପ ପୌର ନିର୍ବାଚନରେ ତାଙ୍କ ସମର୍ଥନରେ ୯ କାଉନସିଲର ଜିତିଥିଲେ । ଭାଇସ୍‌ ଚେୟାରମ୍ୟାନ ବି ତାଙ୍କ ସମର୍ଥିତ ପ୍ରାର୍ଥୀ ବୋଲି ଜଣାଯାଇଛି।

ଦୀର୍ଘ ଦିନ ହେଲାଣି କଂଗ୍ରେସଠୁ ଦୂରେଇ ରହୁଥିବା ବାପି ସର୍ଖେଲ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ୧୫ ଦିନ ତଳେ ତାଙ୍କ ସ୍ତ୍ରୀ ମନିଦୀପା ସର୍ଖେଲ ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ସେ କଂଗ୍ରେସ ଛାଡ଼ିଛନ୍ତି। ତେବେ ଏହାପରେ ଏବେ ସେ କେଉଁଠିକୁ ଯିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Congress Bapi Sarkhel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe