Advertisment

ସାଂସଦ ସୁରେଶ ପୂଜାରୀଙ୍କୁ ମିଳିଲା ବିଧାନସଭା ଟିକେଟ

ବିଜେପି ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରେ ସୁରେଶ ପୂଜାରୀଙ୍କ ନାଁ ନଥିଲା।

author-image
Jitendra Garnayak
Suresh Pujari

Suresh Pujari

ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ସେଥିରେ ରହିଛି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନାଁ। ତାଙ୍କୁ ଦଳ ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

Advertisment

ବିଜେପି ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରେ ସୁରେଶ ପୂଜାରୀଙ୍କ ନାଁ ନଥିଲା। ଏଥର ବରଗଡ଼ ଲୋକସଭା ଆସନରୁ ଦଳ ସୁରେଶଙ୍କ ବଦଳରେ ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି।

୨୦୧୯ରେ ବ୍ରଜରାଜନଗର ଆସନରୁ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୪ରେ ରାଧାରାଣୀ ଏହି ଆସନରୁ ବିଜୟୀ ହୋଇଥିଲେ।

Advertisment

ଅଳକା ମହାନ୍ତି ଏବେ ବ୍ରଜରାଜନଗର ବିଧାୟକ ଅଛନ୍ତି। ସ୍ୱାମୀ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରେ ୨୦୨୨ ଉପନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନ ପାଇଁ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେଡି ଏଯାବତ ପ୍ରାର୍ଥୀ ଘୋଷଣା କରି ନାହିଁ। 

Bjp Suresh Pujari 2024 General Election Odisha Assembly Election 2024