Advertisment

ପଦ୍ମପୁର ଉପନିର୍ବାଚନ: ‘ଉପକୂଳ ବୋହୂ’ ବର୍ଷା ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କସରତ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଆଜି ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି। ବର୍ଷା ହେଉଛନ୍ତି ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ପୁତ୍ରବଧୂ। ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ୧୭ ତାରିଖ ଥିବା ବେଳେ […]

ଅଦ୍ୟତନ ହୋଇଛି
ପଦ୍ମପୁର ଉପନିର୍ବାଚନ: ‘ଉପକୂଳ ବୋହୂ’ ବର୍ଷା ବିଜେଡି ପ୍ରାର୍ଥୀ

barsa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ କସରତ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଆଜି ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି। ବର୍ଷା ହେଉଛନ୍ତି ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ପୁତ୍ରବଧୂ।

Advertisment

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ୧୭ ତାରିଖ ଥିବା ବେଳେ ବିଜେଡି ଆଜି ବର୍ଷାଙ୍କୁ ପ୍ରାର୍ଥୀ କରିଛି ଓ ସେ ୧୬ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ପଦ୍ମପୁରରେ ବିଜେଡିକୁ ବିଭିନ୍ନ କାରଣ ପାଇଁ ଏସିଡ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ। ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଓ କଂଗ୍ରେସର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେଡି କେଉଁ ଆଧାରରେ ବର୍ଷାଙ୍କୁ ପାର୍ଥୀ କଲା ତାକୁ ନେଇ ଏବେ ଦଳ ଭିତରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ଜୁନ ମାସରେ ବର୍ଷା ନିଜ ଜାତି  ବିଂଝାର ସମାଜ ବାହାରେ ବିବାହ କରିବାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  ବିଂଝାର  ସମାଜ ପକ୍ଷରୁ ଏହି ବିବାହକୁ ବିରୋଧ କରାଯିବା ସହ ଦିବଙ୍ଗତ ବରିହାଙ୍କ ଦଶାହ କାର୍ଯ୍ୟରେ ମଧ୍ୟ ଏହି ସମାଜର ନେତୃମଣ୍ଡଳୀଙ୍କୁ ଦେଖିବାକୁ ମିଳି ନ ଥିଲା। ତେବେ ଗତକାଲି  ବିଂଝାର  ସମାଜର କିଛି ନେତାଙ୍କୁ ଭୁବନେଶ୍ୱର ଅଣାଯାଇ ବିଜେଡି ସୁପ୍ରିମୋଙ୍କ ସହ ଭେଟଘାଟ କରାଯିବା ପରେ ବର୍ଷାଙ୍କ ନାଁ ଉପରେ ଚୁଡ଼ାନ୍ତ ମୋହର ବାଜିଛି।

Advertisment

ମାତ୍ର ବର୍ଷାଙ୍କ ବିବାହକୁ ବିରୋଧ କରୁଥିବା ବିଂଝାର ସମାଜ  ଓ ‘ପଶ୍ଚିମ ଓଡ଼ିଶାରେ ଉପକୂଳ ବୋହୂ’  ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ସାଧାରଣ ଲୋକ କିଭଳି ଗ୍ରହଣ କରିବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ସ୍ଥାନୀୟ ସାମାଜିକ ଓ ଜାତିଆଣ କାରଣ ପାଇଁ  ବରିହା ପରିବାରକୁ  ପଦ୍ମପୁରରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିଲେ ବି ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କ ଚାପରେ ବିଜେଡି ଶେଷରେ ବର୍ଷାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା  ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe