Advertisment

‍ବିଜେଡିରେ ମିଶିଲେ ବର୍ଷା

ଅନୁଭବ ମହାନ୍ତି ବିଜେଡି ଛାଡ଼ିବାର ପ୍ରାୟ ୨୦ ଦିନ ପରେ ବର୍ଷା ପ୍ରିୟଦର୍ଶିନୀ ଏହି ଦଳରେ ମିଶିଛନ୍ତି।

ଅଦ୍ୟତନ ହୋଇଛି
Barsha

Barsha

Advertisment

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି। 

Advertisment

ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍‌ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍‌। ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସାର୍‌ଙ୍କ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସବୁବେଳେ ମୋତେ ପ୍ରେରଣା ଦେଇଛି। ସେ କଥାରେ କମ୍ ଓ କାମରେ ଅଧିକ ବିଶ୍ୱାସ କରନ୍ତି। ମୋତେ ବିଜେଡିରେ ସାମିଲ ହେବାକୁ ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି।  

ଅନୁଭବ ମହାନ୍ତି ବିଜେଡି ଛାଡ଼ିବାର ପ୍ରାୟ ୨୦ ଦିନ ପରେ ବର୍ଷା ପ୍ରିୟଦର୍ଶିନୀ ଏହି ଦଳରେ ମିଶିଛନ୍ତି। ଗତ ମାସ ୩୦ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କେନ୍ଦ୍ରାପଡ଼ା ସାଂସଦ। ସେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଟିକେଟରେ ସେ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି। ହେଲେ ସେ କେଉଁଠାରୁ ପ୍ରାର୍ଥୀ ହେବେ, ତାହା ଜଣାପଡ଼ିନି।   

Advertisment
Barsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe