Advertisment

ସୋମବାର ଶପଥ ନେବେ ବର୍ଷା; କହିଲେ- ମୁଁ ତୃଣମୂଳ ସ୍ତରକୁ ଯାଇ କାମ କରିବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସୋମବାର ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା। ଆଜି ଭୁବନେଶ୍ୱରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସାକ୍ଷାତ କରିବା ପରେ ବର୍ଷା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ବାଚସ୍ପତିଙ୍କ ଆର୍ଶୀବାଦ ନେବାକୁ ଆସିଥିଲି। ସୋମବାର ଦିନ ସାଢ଼େ ୧୧ଟା ସମୟରେ ଶପଥ ଗ୍ରହଣ ଉତ୍ସବ ରହିଛି। ବର୍ଷା କହିଛନ୍ତି, ପଦ୍ମପୁରବାସୀଙ୍କ ଆର୍ଶୀବାଦ ପାଇ ମୁଁ ଆଜି ଏଠି  ଠିଆ ହୋଇଛି। ମୁଁ ତୃଣମୂଳ ସ୍ତରରେ ଯାଇ […]

ଅଦ୍ୟତନ ହୋଇଛି
ସୋମବାର ଶପଥ ନେବେ ବର୍ଷା; କହିଲେ- ମୁଁ ତୃଣମୂଳ ସ୍ତରକୁ ଯାଇ କାମ କରିବି

-barsha-sing-bariha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସୋମବାର ବିଧାୟକ ଭାବେ ଶପଥ ଗ୍ରହଣ କରିବେ ବର୍ଷା ସିଂ ବରିହା। ଆଜି ଭୁବନେଶ୍ୱରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସାକ୍ଷାତ କରିବା ପରେ ବର୍ଷା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ବାଚସ୍ପତିଙ୍କ ଆର୍ଶୀବାଦ ନେବାକୁ ଆସିଥିଲି। ସୋମବାର ଦିନ ସାଢ଼େ ୧୧ଟା ସମୟରେ ଶପଥ ଗ୍ରହଣ ଉତ୍ସବ ରହିଛି।

Advertisment

ବର୍ଷା କହିଛନ୍ତି, ପଦ୍ମପୁରବାସୀଙ୍କ ଆର୍ଶୀବାଦ ପାଇ ମୁଁ ଆଜି ଏଠି  ଠିଆ ହୋଇଛି। ମୁଁ ତୃଣମୂଳ ସ୍ତରରେ ଯାଇ କାମ କରିବି। ମୁଁ ଲୋକଙ୍କ ପାଖକୁ ଯିବି।

ବର୍ଷା ପଦ୍ମପୁର ଉପ ନିର୍ବାଚନ ଜିତିବା ପରେ ଗତକାଲି ଭୁବନେଶ୍ୱର ଆସିଥିଲେ। ସେ ପ୍ରଥମେ ଶ୍ୱଶୁର ଘରକୁ ଯାଇଥିଲେ। ସେଠାରେ ଶାଶୁ ଓ ଶଶୁରଙ୍କ ଆର୍ଶୀବାଦ ନେଇଥିଲେ। ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ।

Advertisment

ସୂଚନାଯୋଗ୍ୟ, ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଗତ ୫ ତାରିଖରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା। ଏଥିରେ ବିଜୟଙ୍କ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ବର୍ଷା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ  ୪୨ ହଜାର ୬୭୯ ଖଣ୍ଡ  ଭୋଟ୍‌ରେ ପରାସ୍ତ କରିଥିଲେ।

BjD Padampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe