Advertisment

ଜାତୀୟ ଏକତାର ବାର୍ତ୍ତା ଦେଇ ଏପରି କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ବାଂଲାଦେଶର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଣ କହିଛନ୍ତି, ଜାଣନ୍ତୁ...

author-image
Debibandita Barick
Yogi Adityanath

Yogi Adityanath

ଜାତୀୟ ଏକତାର ବାର୍ତ୍ତା ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଆଗ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, "ଯଦି ଆମେ ବିଭାଜିତ ହେବା, ତେବେ ଆମେ ଖଣ୍ଡ ଖଣ୍ଡ ହୋଇଯିବା, ଯଦି ଆମେ ଏକଜୁଟ ହୋଇ ରହିବା, ତେବେ ସୁରକ୍ଷିତ ରହିବା।" 

Advertisment

ବାଂଲାଦେଶର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, "ଦେଶଠାରୁ କିଛି ବଡ଼ ହୋଇପାରେନା। ଯେତେବେଳେ ଆମେ ସମସ୍ତେ ଏକଜୁଟ ହେବା, ସେତେବେଳେ ରାଷ୍ଟ୍ର ଶକ୍ତିଶାଳୀ ହେବ। ଯଦି ଆମେ ଭାଗ ଭାଗ କରିବା ତେବେ ଆମେ ବିଭାଜିତ ହୋଇଯିବା। ବାଂଲାଦେଶରେ କଣ ହେଲା, ତାହା ଆମେ ସମସ୍ତେ ଦେଖିଲେ।"

ତେଣୁ ଯଦି ଆମେ ବିଭାଜିତ ହେବା, ତେବେ ଆମେ ଖଣ୍ଡ ଖଣ୍ଡ ହୋଇଯିବା, ଯଦି ଆମେ ଏକଜୁଟ ହୋଇ ରହିବା, ତେବେ ସୁରକ୍ଷିତ ରହିବା ଏବଂ ସମୃଦ୍ଧିର ଶିଖରରେ ପହଞ୍ଚିବା। ଆମକୁ ବିକଶିତ ଭାତର ଲକ୍ଷ୍ୟ ପୂରଣ କରିବାର ଅଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। 

Advertisment

ପ୍ରକାଶ ଥାଉକି, ଆଜି ଆଗ୍ରାରେ ଅନୁଷ୍ଠିତ ଜାତୀୟ ବୀର ଦୁର୍ଗାଦାସ ରାଠୋରଙ୍କ ପ୍ରତିମୂର୍ତ୍ତି ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ ଏପରି ବିବୃତ୍ତି ରଖିଛନ୍ତି। 

Yogi Adityanath National Unity